ppurohit

ବଲାଙ୍ଗିର ପଞ୍ଚାୟତ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଳାଯିବାକୁ ଅଭିଭାବକ ମଞ୍ଚର ଦାବୀ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲାଯିବାକୁ ଅଭିଭାବକ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଞ୍ଚର ବିଶେଷ ଅଧିବେଶନ ସଭାପତି ଧର୍ମବ୍ରତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ସତ୍ୟନାରାୟଣ ବେହେରାଙ୍କ ବିୟୋଗରେ ଏବଂ ସେବା ନିବୃତ ସ୍କୁଲ ନିରୀକ୍ଷକ ସତ୍ୟପ୍ରକାଶ ସିଂଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଅଧିବେଶନରେ ଆଲୋଚନା ଆରମ୍ଭ କରି ଉପସଭାପତି ପ୍ରଶନ୍ନ ମିଶ୍ର ମାଧ୍ୟମିକ ବିଦ୍ୟାଳୟ ଗୁଡିକର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଅନେକ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରି ମତପ୍ରକାଶ କରିଥିଲେ ଯେ ଅନେକ ଦିନରୁ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଯୁକ୍ତ ଦୁଇ ଶ୍ରେଣୀ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିପାରିନାହାନ୍ତି । ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇ ପାଠ ପଢିବାକୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡୁଛି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଥା ଶୀଘ୍ର ପଞ୍ଚାୟତ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟମାନଙ୍କୁ ଉନ୍ନିତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ପାଇଁ ସଭାରେ ଦାବୀ କରାଯାଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି ସଂପାଦକ ଗୋବିନ୍ଦ ମିଶ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ଛବିଲାଲ ବେହେରା, ଶ୍ରଦ୍ଧାକର କମ୍ପ, ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଶେଷରେ ସଭ୍ୟ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.