ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ ଶାଖା ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଦିବାସୀମାନଙ୍କର ହକ୍‌ ତଥା ଆଦିବାସୀ ବର୍ଗରେ ଅନ୍ୟ ଜାତିର ଲୋକଙ୍କୁ ନମିଶାଇବାକୁ ଦାବୀ କରିବା ସହ ଅନ୍ୟାନ୍ୟ ୯ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଦେଶର ପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଅଛି । ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ ଶାଖା ତରଫରୁ ସ୍ଥାନୀୟ ଜିଲ୍ଲା ଆଦିବାସୀ ଭବନଠାରେ ବିଭିନ୍ନ ବ୍ଲକରୁ ଆସିଥିବା ଆଦିବାସୀ ଭାଇ ଭଉଣୀ ପ୍ରଥମେ ଜମା ହେବା ପରେ ସେଠାରୁ ଆଦିବାସୀ ବାଦ୍ୟ, ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ସରକାର ରଣା, ମାଳି, କୁଡ୍‌ମି, ପୁରାଣ, ଭଞ୍ଜ ପୁରାଣ ଓ ଓବିସି ତାଲିକାଭୁକ୍ତ ଜାତିମାନଙ୍କୁ ମନମୁଖୀ ଆଦିବାସୀ ତାଲିକାରେ ସାମିଲ ନ କରିବାକୁ ଦାବୀ କରିଥିଲେ । ସେହିପରି ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରାଯାଉ ଭଳି ଆହୁରି ଅନେକ ଦାବୀ ସରକାରଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଆଦିବାସୀ ନେତା ଥବିର ପୁଝାରୀ, ହେମେନ୍ଦ୍ର ନାଥ ହାଁସଦା, ସୁନିଲ ମାଝି, ପଦ୍ମନ ପ୍ରଧାନୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.