oom

ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଂଚଳରେ ଏସ୍‌ଏଚ୍‌ଜି ମହିଳାମାନେ ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବୀ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଏକ ଦେଶୀ ମଦ ଦୋକାନ ଖୋଲିବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ (ଅବକାରୀ ବିଭାଗ) ପତ୍ର ସଂ. ୭୫୫ ତା.୨୫.୦୪.୨୦୨୩ ସର୍ବ ସାଧାରଣଙ୍କ ଅଭିଯୋଗ ନିମନ୍ତେ ଆସନ୍ତା ତା.୧୦.୦୫.୨୦୨୩ ମଧ୍ୟରେ କରିବା ପାଇଁ ନୋଟିସ କରିଛନ୍ତି । ଯାହାକି ବେହେରାପାଲି ବାହାରଭାଟି ଦେଶୀ ଶାଖା ମଦ ଦୋକାନ ସ୍ଥାନାନ୍ତର ପାଇଁ ପ୍ରସ୍ତାବିତ ନୂଆ ଦୋକାନ ଠିକଣା ଖୁଜେନପାଲି ମୌଜା ଖା. ନଂ ୨୬୩/୧୯୧୫ ପ୍ଲଟ ନଂ.୨୭୩/୨୭୧୮/୨୩୬୫ ଏବଂ ୨୭୩/୨୭୧୭/୨୩୫୯ରେ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସେଠାରେ ମଦ ଦୋକାନ ଖୋଲିଲେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ । ସେହି ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆ ଅଛି । ଜିଲ୍ଲାର ତଥା ସହରର ଅନେକ ପ୍ରତିଯୋଗିତା ସାଙ୍ଗକୁ ସ୍କୁଲମାନଙ୍କର ବାର୍ଷିକ ଖେଳ ପ୍ରତିଯୋଗିତା ହୋଇଥାଏ । ସେହି ଅଞ୍ଚଳରେ ଅନେକ ଗୋଦାମ ଘର ରହିଛି, ଯେଉଁ ଥିରେ କି ଅନେକ ଶ୍ରମିକଙ୍କ ପରିବାର ନିର୍ଭର କରନ୍ତି । ସେଥିପାଇଁ ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କାଲସାଏପାଲି, ବାଗଭାଡି, ଖୁଜେନପାଲି, କୁଦେଇପାଲି ଇତ୍ୟାଦି ଗ୍ରାମରେ ଥିବା ଏସ୍‌ଏଚ୍‌ଜି ସଂଗଠନମାନେ ଲିଖିତ ଦାବୀ କରିଛନ୍ତି ଯେ ଅଂଚଳରେ ମଦ ଭାଟି ଖୋଲିବା ପାଇଁ ଅନୁମତି ଦିଆ ନ ଯିବାକୁ । ଯଦି ଦିଆଯାଏ ଆଗାମୀ ଦିନରେ ଜୋର୍‌ଦାର୍‌ ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଲିଖିତ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.