ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ. ୫ ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପୁନଃ ଉଦ୍ଧାର ହୋଇ ନଥିବା ଅଭିଯୋଗ ହୋଇଛି । ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି । ହେଲେ କୌଣସି ସୁଫଳ ମିଳିନାହିଁ ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ସେହି ସାହିରେ ପ୍ରାୟ ୬୦ରୁ ଅଧିକ ହରିଜନ ପରିବାର ବାସ କରୁଛନ୍ତି । ସେମାନେ ହରିଜନ ଜାତିର ହୋଇଥିବା ଯୋଗୁଁ ଅନ୍ୟ ଗାଁ ବା ସାହି ପୋଖରୀକୁ ଗାଧୋଇବାକୁ ଗଲେ ସେଠାରେ ଜାତିଆଣ ଭେଦ କଥା ଉଠୁଥିବା ବାଲିସାହିର ସୁରେନ୍ଦ୍ର ନାୟକ କହିଛନ୍ତି । ସାହି ବାରିପଟେ ଏକ ପୋଖରୀ ରହିଛି । ତାହା ପ୍ରାୟ ୧୦ ବର୍ଷରୁ ଅଧିକ ହେବ ପାଣି ସୁଖୀ ଫାଟି ପଡି ରହିଛି । ଅନ୍ୟ ପଟେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତିକି ସମୟ ପିଇବା ପାଣି ଛଡା ଯାଉଛି ସେଥିରୁ ପିଇବାକୁ ପାଣି ନିୟଣ୍ଟ ପଡୁଛି ଓ ଗାଧୋଇବୁ କେମିତି ବୋଲି ସେହି ଗ୍ରାମର ସନ୍ତୋଷ କୁମାର ନାୟକ ପ୍ରଶ୍ନ କରିଛନ୍ତି । ବର୍ଷା ଦିନ ପୂର୍ବରୁ ଏହାକୁ ଖୋଳା ଯାଇ ଏହାର ପୁନଃ ଉଦ୍ଧାର କରାଯାଉ ବୋଲି ସାହି ବାସିନ୍ଦା ଦାବୀ କରିଛନ୍ତି । ଦାବୀ ପୂରଣ ନ ହେଲେ ବାଧ୍ୟ ହୋଇ ଆମେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Next Post