ସୋନପୁରର ରାମେଶ୍ଵର ଘାଟରେ ଥିବା ସ୍ୱର୍ଗଦ୍ୱାରକୁ ସଫା ସୁତରା ରଖିବା ପାଇଁ ଜନସାଧାରଣରେ ଦାବୀ

ସୁବର୍ଣ୍ଣପୁର, (କେପିଏନଏସ) : ସୋନପୁରର ରାମେଶ୍ଵର ଘାଟରେ ଥିବା ସ୍ୱର୍ଗଦ୍ୱାରରେ ନାନା ପ୍ରକାରର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି । ଏଠାରେ ଶବ ଦାହ କଲେ ମନୁଷ୍ୟ ବୈକୁଣ୍ଠପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଥିବା ବେଳେ ସୋନପୁରର ପଡୋଶୀ ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ବୌଦ୍ଧରୁ ମଧ୍ୟ ଶବ ଆଣି ଲୋକେ ଦାହ କରିଥାନ୍ତି । ଯେହେତୁ ସ୍ୱର୍ଗଦ୍ୱାର ସୋନପୁର ମ୍ୟୁନିସିପାଲଟିର ଅଧୀନରେ ଅଛି, ତେଣୁ ଏହାକୁ ସଫା ସୁତରା ରଖି ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.