oom

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ମରୁଡ଼ି ଘୋଷଣା ପାଇଁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) :
ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ପକ୍ଷରୁ ଆଜି ଚାଷୀ ମାନେ ପାଇକମାଲ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ୯ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଚାଷୀ ନେତା ବିଶ୍ଵନାଥ ରଣା ଓ ବାଳକୃଷ୍ଣ ବନଛୋରଙ୍କ ନେତୃତ୍ବରେ ପାଇକମାଲ ମୁଖ୍ଯ ଛକରୁ ଶୋଭାଯାତ୍ରାରେ ବାହାରି ତହସିଲ ଅଫିସ କାର୍ଯ୍ଯାଳୟରେ ପହଞ୍ଚି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ହେଲା ପାଇକମାଲ ବ୍ଲକକୁ ମରୁଡ଼ି ଘୋଷଣା, ମରୁଡି ସହାୟତା ଯଥାଶୀଘ୍ର ପ୍ରଦାନ, ବିଗତ ବର୍ଷରେ ଧାନ ବିକ୍ରି କରିଥିବା ବସ୍ତାର ଟଙ୍କା ଚାଷୀ ମାନଙ୍କୁ ଦିଆଯାଉ, ବୀମା କମ୍ପାନୀ ବେଆଇନ ଭାବରେ ଜମା କରିଥିବା ବୀମା ପ୍ରିମିୟମ ରିଜେକ୍ଟ ବନ୍ଦ କରାଯାଉ, ଚାଷ ଜମିର କିସମ ବଦଳାଯାଉ, କୃଷି ଶ୍ରମିକ ମାନଙ୍କୁ ଯଥାଶୀଘ୍ର କାମଧନ୍ଦା ଯୋଗାଇ ଦିଆଯାଉ, ସମସ୍ତ ଚାଷୀ ଜମିକୁ ଜଳସେଚନ ବ୍ଯବସ୍ଥା କରାଯାଉ, ରବି ଚାଷୀ ପାଇଁ ଚାଷୀ ମାନଙ୍କୁ ବିଭିନ୍ନ ବିହନ ଯୋଗାଇ ଦିଆଯାଉ, ଚାଷୀ ମାନଙ୍କର ସଂପୂର୍ଣ୍ଣ କୃଷି ଋଣ ଛାଡ କରାଯାଉ ଆଦି ଦାବୀଗୁଡିକ ଶ୍ରୀଘ୍ର ସମାଧାନ କରିବା ପାଇଁ ଦାବୀ କରିଛନ୍ତି । ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଦାବୀପତ୍ର ଦେବାର ସମୟରେ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.