oom

ଆରକ୍ଷୀ ଅଧିକ୍ଷକଙ୍କୁ ବିଜେପି ପକ୍ଷରୁ ଦାବୀ ପତ୍ର ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଚଳ ଭେନ୍ଟିଲେଟର ଗୁଡିକର ଫଟୋ ଭାଇରାଲ କରିବା, ଆଇସିୟୁରେ ଅନଧିକାର ପ୍ରବେଶ କରିବା ନେଇ ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ବିରୁଦ୍ଧରେ ଭୀମ ଭୋଇ ମେଡିକାଲ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ଜିଲ୍ଲା ବିଜେପି ମେଡିକାଲ କର୍ତ୍ତୁପକ୍ଷ ପ୍ରତିଶୋଧ ପରାୟଣ ହୋଇ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବେଳେ ଉକ୍ତ ମାମଲାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କୁ ବିଜେପି ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସାଂସଦ ପ୍ରତିନିଧି ମେଡିକାଲ ଯାଇ କେବଳ ନିଜର ଦାଇତ୍ୱ ପୁରଣ କରିଥିଲେ । ସେ ଆଇସିୟୁ ଭିତରକୁ ଅନଧିକାର ପ୍ରବେଶ କରି ନାହାନ୍ତି । ସିସିଟିଭି ଯାଞ୍ଚ କଲେ ତାହାର ପ୍ରମାଣ ମିଳିବ । ଭେନ୍ଟିଲେଟର ଗୁଡିକ ଅଚଳ ହୋଇ ପଡିଥିବା ଦେଖି କର୍ତ୍ତୁପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଫଟୋ ଉତ୍ତୋଳନ କରିଥିଲେ । ଏହା ଦ୍ୱାରା ମେଡିକାଲ କର୍ତ୍ତୁପକ୍ଷଙ୍କ ଗୁମର ଖୋଲି ଯାଇଥିବା ଯୋଗୁଁ ସେମାନେ ପ୍ରତିଷୋଧ ପରାୟଣ ହୋଇ ଶ୍ରୀ ଶର୍ମାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିଥିବା ବିଜେପି ଏସପିଙ୍କୁ କହିଛି । ଆହୁରି ମାମଲାର ଉଚିତ ଯାଞ୍ଚ କରାଯାଇ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ବିଜେପି ପକ୍ଷରୁ ଦାବୀ କରାଯାଇଛି । ଉତ୍ତରରେ ଏସପି କୁଶଲକର ମାମଲା ଏବେ ତଦନ୍ତ ଭୂକ୍ତ ରହିଥିବା ବେଳେ ଏହାର ଉଚିତ ଯାଞ୍ଚ କରାଯିବା ନେଇ ବିଜେପିକୁ ଆଶ୍ୱସନା ଦେଇଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ବିଜେପି ସମସ୍ତ ପ୍ରମୂଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.