oum

ବେହେରେନ୍‌ସିଲେଟ୍‌ ମଦଭାଟି ଉଛେଦ ଦାବୀରେ ତହସିଲ ଅଫିସ ସମ୍ମୁଖରେ ଅନଶନ : ବେଆଇନ ମଦ ତିଆରି ଅଭିଯୋଗରେ ଭାଟି ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ

jsm

କଂଟାବାଂଜି, (ମନିଶ କୁମାର ହଂସ) : ବେହେରେନ୍‌ସିଲେଟ୍‌ ଗାଁ ଠାରୁ ଅନତି ଦୂରରେ ଥିବା ଦେଶୀ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀ କରି ଆଜି ବୁଧବାର ଦିନ ଆମ୍ବେଦକର ଯୁବକ ସଂଘ ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଦିଆଯାଇଛି । ସଂଘର ସଭାପତି ରୋହନ ମହତଙ୍କ ନେତୃତ୍ୱରେ କିଛି ଯୁବକ ଏହି ଧାରଣାରେ ସାମିଲ ହୋଇଛନ୍ତି । ଗତ ତା୨୪/୧୨/୨୦୨୦ରିଖରେ କଂଟାବାଂଜି ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗରେ ଦର୍ଶାଯାଇଥିଲେ ଯେ, ବେହେରେନ୍‌ସିଲେଟ୍‌ ଦେଶୀ ମଦ ଭାଟିରେ ବେଆଇନ କାରବାର ଚାଲୁଛି । ତାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରିଥିଲେ । ଏହି ଅଭିଯୋଗ ଉପରେ ଦାବୀ ପତ୍ର ଦେବାର ୭ ଦିନ ମଧ୍ୟରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନ କଲେ ଜାନୁୟାରୀ ୨୦ ତାରିଖରୁ ଧାରଣା ଦେବାକୁ ଚେତାବନୀ ଦେଇଥିଲେ । ଏହି ଅବଧି ମଧ୍ୟରେ କୌଣସି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପରିପ୍ରେକ୍ଷୀରେ ଧାରଣା ଦେଇଥିବା ବିଷୟ ଧାରଣାରେ ଥିବା ବ୍ୟକ୍ତିମାନେ କହିଛନ୍ତି । ଏହି ଦାବୀପତ୍ରର ଅବିକଳ ନକଲ ମାନ୍ୟବର ଓଡିଶା ମୂଖ୍ୟମନ୍ତ୍ରୀ, ରାଜସ୍ୱ ସଚିବ, ଓଡିଶା ସରକାର ତଥା ଉପଜିଲ୍ଲାପାଳ, ଟିଟିଲାଗଡଙ୍କୁ ଦେଇଥିଲେ । ଗତ ତା୨୪/୧୨/୨୦୨୦ରିଖ ଦାବୀପତ୍ର ମୁତାବକ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦାବୀରେ ଜାନୁୟାରୀ ୪,୨୦୨୧ ଦିନ ପୁର୍ନବାର ବେହେରେନ୍‌ସିଲେଟ୍‌ ମଦ ଭାଟିର ଉଛେଦ ଦାବୀ ସହିତ ଏନ.ଓ.ସି. ରଦ୍ଦ କରିବା ପାଇଁ ତହସିଲଦାର କଂଟାବାଂଜିଙ୍କ ଜରିଆରେ ଦାବୀପତ୍ର ଜିଲ୍ଲାପାଳ, ବଲାଙ୍ଗିରଙ୍କ ଦେଇଥିଲେ । ଦାବୀ ଗୁଡିକର କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପୁନଃ ଧାରଣାରେ ସାମିଲ ରହିଥିବା ଆମ୍ବେଦକର ଯୁବକ ସଂଘ ତରଫରୁ କୁହାଯାଇଛି । ଏହି ବେହେରେନ୍‌ସିଲେଟ୍‌ ଦେଶୀ ମଦଭାଟି ଉଛେଦ ଉପରେ ଆମ୍ବେଦକର ଯୁବକ ସଂଘ ଦେଇଥିବା ଦାବୀପତ୍ର ଉପରେ ସଂପୃକ୍ତ ତହସିଲଦାର କଂଟାବାଂଜିଙ୍କୁ ପଚାରିବାରୁ ଦାବୀ ଦେବା ଦିନ ହିଁ ଜିଲ୍ଲାପାଳ, ବଲାଙ୍ଗିରଙ୍କୁ ମେଲ୍‌ ଯୋଗେ ଜଣାଇ ଦିଆଯାଇଛି, ଏପରିକି ସଂପୃକ୍ତ କଂଟାବାଂଜି ଅବକାରୀ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ହିଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ, ତହସିଲଦାରଙ୍କ କୌଣସି ଭୁମିକା ନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ସେହିପରି ବେହେରେନ୍‌ସିଲେଟ୍‌ ମଦଭାଟି ବନ୍ଦ କରିବା ନେଇ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ୫୦ବର୍ଷ ହେବ ଏହି ଦେଶୀ ମଦଭାଟି ରହିଛି । ବେହେରେନ୍‌ସିଲେଟ୍‌ ମଦଭାଟିରୁ ମାସିକ ସି.ମନି ୧୩ ଲକ୍ଷ ୨୦ ହଜାର ୬୫ଟଙ୍କା, ୟୁଟିଲାଇଜ୍‌ଡ ଫି ୧୧ଲକ୍ଷ ୨ହଜାର ୮୦ଟଙ୍କା, ଟ୍ରାନ୍ସପ୍ରୋଟେସନ ଫି ୪୫ହଜାର ୯୨୦ଟଙ୍କା ଅନ୍ୟାନ୍ୟ ଫି ୧ଲକ୍ଷ ୮୦ହଜାର ଟଙ୍କା ସରକାରଙ୍କୁ ରାଜସ୍ୱ ଦେଇଆସୁଛି । ଗତ କରୋନା ସମୟରେ ସରକାର ବେହେରେନ୍‌ସିଲେଟ୍‌ ମଦଭାଟିରୁ ଲକ୍ଷ ଲକ୍ଷ ଟଙ୍କା ମାସିକ ରାଜସ୍ୱ ହରାଇଛି । ଆଜିର ଧାରଣାରେ ଆମ୍ବେଦକର ଯୁବକ ସଂଘର କେବଳ ସଭାପତି ସହ କିଛି ଯୁବକ ସାମିଲ୍‌ ଥିବାବେଳେ ଶତାଧିକ ଗ୍ରାମର ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ମୁତାବକ ଗ୍ରାମବାସୀ ସାମିଲ ନ ଥିବାରୁ ଅବକାରୀ ବିଭାଗ ଏହି ଆନ୍ଦୋଳନର କି ପ୍ରକାର ସ୍ୱାର୍ଥ ରହିଛି । ଭାଟି ଉଛେଦ ପ୍ରତି ସରକାର ହିଁ ଉଚିତ ପଦକ୍ଷେପ ନେଇପାରିବେ ବୋଲି ବିଭାଗୀୟ ଅଧିକାର ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.