ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଂଟ

  • ତୃତୀୟ ଦିନ ଭାଲୁପିଆ ଦଳ ସେମିଫାଇନାଲରେ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଂଟ ତୃତୀୟ ଦିବସ ଶୁକ୍ରବାର ଦିନ ତିନି ଗୋଟି ମ୍ୟାଚ ହୋଇଯାଇଛି । ପ୍ରଥମ ଇନିଂସ ଭାଲୁପିଆ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟରେ ୯୯ ରନ୍‌ କରିଥିଲେ ବିପକ୍ଷରେ କୁସୁର୍ଲା ସମସ୍ତ ଉଇକେଟ ହରେଇ ୬୪ ରନ କରିଥିଲେ, ୩୫ ରନରେ ବିଜୟ ହୋଇଥିଲା ଭଲିପିଆ, ଦ୍ୱିତୀୟ ମ୍ୟାଚ୍‌ରେ ଯୁଗୀପଳା ବ୍ୟାଟିଙ୍ଗ କରି ୮ ଉଇକେଟରେ ୫୭ ରନ କରିଥିବା ବେଳେ ରେଗେଡା ଦଳ ୫.୫ ବଲରେ ୮ ଉଇକେଟ ବିଜୟୀ ହୋଇଥିଲେ, ତୃତୀୟ ଉଭୟ ବିଜୟ ଦଳ ମଧ୍ୟରେ ହୋଇଥିଲା, ପ୍ରଥମେ ଭାଲୁପିଆ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୮ ଓଭର ୪ ଉଇକେଟରେ ୧୦୨ କରିଥିବା ବେଳେ ରେଗେଡା ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟରେ ୬୫ ରନ କରି ପରାଜିତ ହୋଇ ୩୭ ରନରେ ଭାଲୁପିଆ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛି । ଆଗରୁ ଡି. କରଲାଖୁଣ୍ଟା ଓ ମଦନପୁର ଏମ୍‌ସିସି ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପେନ୍ଦ୍ର ସିଙ୍ଗ, ସମ୍ମାନୀତ ଅତିଥି ଭାବେ ଶିକ୍ଷ୍ୟାବିତ ସହଦେବ ପାଢ଼ୀ, ପେସ୍କ ସଭାପତି ହରି ମହାନନ୍ଦ, ଟୁକୁ ପୁଝାରି, କରଳାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚିତ୍ତରଞ୍ଜନ ପୁଝାରି, ଜିଗନେସ ବଗର୍ତ୍ତି, ଅଶ୍ୱିନୀ ଗହୀର ଓ ନରେଶ ଛାତ୍ରୀଆ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ଶମ୍ଭୁ ବାହୁକ ଓ ତେଜରାଜ ମହାନନ୍ଦ, ଧାରା ବିବରଣୀ ପ୍ରଦାନ କରିଥିଲେ ରାଜେନ୍ଦ୍ର କୁମାର, ରିତେଶ ମହାନନ୍ଦ ଓ ନରେଶ ନାଗ । ମେନ ଅଫ ଦି ମ୍ୟାଚ ରୂପେ ୨୫ ବଲରେ ୭୫ ରନ ପାଇଁ ଭାଲୁପିଆର ବୁଲୁ ପୁଟେଲଙ୍କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଂଟରେ ଆୟୋଜକ କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.