oom

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ମଇ ପ୍ରଥମ ସପ୍ତାହରୁ : ୨୮ ତାରିଖରୁ ଆବେଦନ କରିପାରିବେ ଖେଳାଳୀ

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସକାଶେ ଆସୋସିଏସନ୍‌ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଆଜି କ୍ରିକେଟ୍ ଏସୋସିଏସନ୍ ଓ ଦଳର ଫ୍ରେଞ୍ଚାଇଯି ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ବିଷୟରେ ଆଲୋଚନା ହୋଇ ଏହି ପ୍ରତିଯୋଗିତାକୁ ମଇ ମାସର ପ୍ରଥମ ସପ୍ତାହରେ ଆୟୋଜିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫ୍ଲଡ଼ ଲାଇଟ୍‌ରେ ଧଳା ବଲ୍ ଓ ରଙ୍ଗୀନ ପୋଷାକର ବ୍ୟବହାରରେ ଏହି ପ୍ରତିଯୋଗିତାର ଆୟୋଜନ ପୂର୍ବପରି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଟି ୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି । ଏହି ନିୟମାବଳୀ ଅନୁସାରେ ଦଳ ମାନେ ଆବେଦନ କରିଛନ୍ତି ଓ ତଦ୍‌ଅନୁଯାୟୀ ଆସୋସିଏସନ୍ ପକ୍ଷରୁ ଶେଷ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପାଞ୍ଚୋଟି ଦଳକୁ ସପ୍ତମ ବିଡ଼ିପିଏଲ୍‌ରେ ଭାଗ ନେବାକୁ ନିର୍ଦ୍ଧାରଣ କରାଯାଇଛି ।ସେଗୁଡିକ ହେଲା ବରଗଡ ରୟାଲ ଟାଇଗର, ଅତାବିରା ହୁଆଇଟ୍‌ ହର୍ଷ, ବରଗଡ ସ୍ପାରଟନ, ସୁରେନ୍ଦ୍ର ବୀରସ (ପରିବର୍ତ୍ତିତ ନାମ ୟୁନାଇଟେଡ ଇଲେଭେନ) ଓ ଶକ୍ତି ୱାରିୟର୍ସ (ପରିବର୍ତ୍ତିତ ନାମ ସିଂ ୱାରିୟର୍ସ) ଆସନ୍ତା କାଲି ୨୮/୦୩/୨୦୨୨ରୁ ଖେଳାଳୀ ମାନଙ୍କ ଆବେଦନ ସକାଶେ ନିର୍ଦ୍ଧାରିତ ଫର୍ମ ଆସୋସିଏସନ୍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ଆବେଦନ ଫର୍ମ ସହରର ଷ୍ଟେଟ ବ୍ୟାଙ୍କ ସମ୍ମୁଖ ଶ୍ରୀରାମ ଆୟୁର୍ବେଦ ଭଣ୍ଡାର, ଭଟଲି ଛକର ତ୍ରୀପାଠୀ ମୋବାଇଲସ୍‌ ଓ ମହିଳା ମହାବିଦ୍ୟାଳୟ ବଜାରର ଦିପାଲି ସ୍ପୋର୍ଟସରେ ମିଳିବ । ଖେଳାଳୀମାନେ ସେଠାରୁ ନିର୍ଦ୍ଧାରିତ ଫର୍ମ ନେଇ ଆସନ୍ତା ଏପ୍ରିଲ ୫ ତାରିଖ ଭିତରେ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ରେ ଆବେଦନ କରିପାରିବେ । ଖେଳାଳୀ ମାନଙ୍କ ଆବେଦନ ପରେ ଦଳ ମାନଙ୍କର ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ବୈଠକର ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସମେତ ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରଦୀପ ନନ୍ଦ, ଅମିୟ ଭୂଷଣ ସାହୁ, ପ୍ରଦୀପ ସାହୁ, ସୌର୍ୟ୍ୟ ରଞ୍ଜନ ରାୟ ପ୍ରମୁଖ ସଦସ୍ୟ ଓ ବରଗଡ ରୟାଲ ଟାଇଗରରୁ ସୁବ୍ରତ ମିଶ୍ର, ଶ୍ରୀରାମ ପାତ୍ର, ଅତାବିରା ହୁଆଇଟ୍‌ ହର୍ଷରୁ ନିହାର ରଞ୍ଜନ ମହାନନ୍ଦ, ନନ୍ଦନ ମହାନନ୍ଦ, ବରଗଡ ସ୍ପାରଟନର ଦେବଦତ୍ତ ମିଶ୍ର, ସେକ ନସିମୁଦ୍ଦିନ, ୟୁନାଇଟେଡ ଇଲେଭେନର ସେକ ଶବଦର, ସୁବାସ କର ଓ ସିଂ ୱାରିୟର୍ସର ସେକ ବସିମ୍ ରାଜା ଓ ରଞ୍ଜିତ ସିଂ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.