
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇରାମ୍ କ୍ରିକେଟ କମିଟି ପକ୍ଷରୁ ଏକ କ୍ରିକେଟ ପ୍ରତିଯୋଗିତା ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ପ୍ରଭାସ ବେହେରା ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ଉଦ୍ଘାଟନୀ ଦିବସର ପ୍ରଥମ ମ୍ୟାଚରେ ପିପଲପଦର ଏବଂ ସାରସମାଲ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପିପଲପଦର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭର୍ରେ ୬ ୱିକେଟ୍ ବିନିମୟରେ ୭୨ରନ୍ କରିଥିବା ବେଳେ ବିପକ୍ଷ ଦଳ ୭.୫ଓଭର୍ରେ ସମସ୍ତ ୱିକେଟ୍ ହରାଇ ୫୩ରନ୍ କରି ୧୫ରନ୍ରେ ପରାଜିତ ହୋଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚରେ କୁଡାସିଂହା ଓ ଅଫାମରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୁଡ଼ାସିଂହା ପ୍ରଥମେ ବ୍ୟାଟିଂ କରି ୮ଓଭର୍ରେ ୭ ୱିକେଟ୍ ହରାଇ ୧୧୦ରନ୍ କରିଥିଲା । ଜବାବରେ ବିପକ୍ଷ ଅଫାମରା ଦଳ ସମସ୍ତ ଓଭର୍ ଖେଳି ୭ ୱିକେଟ୍ ହରାଇ ମାତ୍ର ୬୮ରନ୍ କରି ୪୨ରନ୍ରେ ପରାଜିତ ହୋଇଥିଲା । କ୍ଵାଟର୍ ଫାଇନାଲକ ମ୍ୟାଚ ଅଫାମରା ଓ କୁଡ଼ାସିଂହା ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି କୁଡ଼ାସିଂହା ଦଳ ୮ ଓଭର୍ରେ ୭ ୱିକେଟ୍ ବିନିମୟରେ ୫୮ରନ୍ କରିଥିଲା । ଜବାବରେ ଅଫାମରା ଦଳ ମାତ୍ର ୪.୪ ଓଭର୍ରେ ୨ ୱିକେଟ ହରାଇ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲା । ଆଜିର ମ୍ୟାଚକୁ ସୁମନ୍ତ ସାଣ୍ଢ, ସଞ୍ଜୀବ ମେହେର ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ଦାୱିତ୍ୱ ଦୁଷ୍ମନ୍ତ ମେହେର, ସୁଶାନ୍ତ ମେହେର ତୁଲାଇଥିଲେ । ପ୍ରତିଯୋଗିତା ପରିଚାଳନାରେ ଓମ୍ ସାଇରାମ୍ କ୍ରିକେଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।