ମନୋଜ ମେମୋରିଆଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ୍, (କେପିଏନ୍‌ଏସ୍‌) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ପଡିଆରେ ମନୋଜ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ହେଳେ ଫାଇନାଲ ମ୍ୟାଚ୍ ବେନ୍ଦେର ଓ ଝାଙ୍କ୍ରିପାଲି କ୍ରିକେଟ୍ ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ ଝାଙ୍କ୍ରିପାଲି ଦଳ ଚମ୍ପିୟାନ ହୋଇଥିଲା । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବେନ୍ଦେର ସରପଞ୍ଚ ସସ୍ମିତା ମାଝୀ ଏବଂ ଯୁବନେତା ତେଜରାଜ୍ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ । ଅଶ୍ୱିନୀ ସାହୁ ଓ ସନାତନ ବିଭାର ଅମ୍ପ୍ୟାୟାର ଦାୟିତ୍ବ ତୁଲାଇଥିବା ବେଳେ ସ୍ୱାଗତ ସାହୁ ଓ ସୁଶାନ୍ତ ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ବନ୍ଦେରର ଅନ୍ୟାନ୍ୟ ଯୁବକମାନେ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.