centurian jitm

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ : ନିର୍ଦ୍ଧାରିତ ହେଲା କରୋନା ଭ୍ୟାକ୍ସିନର ମୂଲ୍ୟ

nschool

ନୂଆଦିଲ୍ଲୀ : ୨୧୦ ଟଙ୍କା ହେବ ଅକ୍ସଫୋର୍ଡ୍ସ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍ସିନ କୋଭିସିଲ୍ଡର ଏକ ଶିଶିର ମୂଲ୍ୟ ଭାରତରେ ବୋଲି ଜଣାପଡିଛି । ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଝଓଓ)ର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକତା ତାଲିକାରେ ଥିବା ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ଭାରତ ସରକାର ମହାରାଷ୍ଟ୍ର ପୁଣେ ସ୍ଥିତ ଟିକା ନିର୍ମାତାକାରୀ କମ୍ପାନୀ ଏସଆଇଆଇକୁ କୋଭିସିଲ୍ଡର ଅର୍ଡର ମଧ୍ୟ ଦିଆଯାଇଛି । ସମଗ୍ର ଦେଶରେ ଜାନୁଆରୀ ୧୬ରୁ କୋଭିଡ୍‌-୧୯ର ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ, କରୋନା ଭ୍ୟାକସିନ ଉପରେ ସରକାରଙ୍କ ବିଶେଷଜ୍ଞ କମିଟି ଆଷ୍ଟ୍ରାଜେନେକାର କୋଭିସିଲ୍ଡ ବ୍ୟତୀତ ଭାରତୀୟ ଭ୍ୟାକସିନ କୋଭ୍ୟାକ୍ସିନକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । ସିରମ ଉତ୍ପାଦନ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଭ୍ୟାକସିନ ନିର୍ମାତା କମ୍ପାନୀ ।

Leave A Reply

Your email address will not be published.