କୋଭିଡ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗରେ ଅନଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ବି ବଢି ଚାଲିଛି । ଜିଲ୍ଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ବରଗଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସ୍ୱେଚ୍ଛାସେବୀମାନେ ଅନଶନକୁ ଓହ୍ଳାଇଛନ୍ତି । ସ୍ଥାନୀୟ ଗାନ୍ଧୀଛକରେ ଅନଶନ ଚାଲିଛି । ସଂକଳ୍ପ ପରିବାରର ଜି. ରମେଶ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଅଜିତ ପତି ଅନଶନରେ ବସିଥିବା ବେଳେ ବହୁସଂଖ୍ୟକ ସ୍ୱେଚ୍ଛାସେବୀ ସମର୍ଥନ ଜଣାଇ ସେଠାରେ ଉପସ୍ଥିତ ଅଛନ୍ତି । ଗୁରୁତର ଆକ୍ରାନ୍ତଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିବା, ଭେଷଜ, ନିଶ୍ଚେତକ, ଆଇସିୟୁ ବିଶେଷଜ୍ଞ, ନର୍ସ, ଫାର୍ମାସିଷ୍ଟ, ସହାୟକ, ସଫେଇ କର୍ମଚାରୀ ନିଯୁକ୍ତି, ସିଟି ସ୍କାନ, ଇସିଜି ସ୍ଥାପନ ସହିତ ୨୪ ଘଣ୍ଟିଆ ରକ୍ତଦାନ ବ୍ୟବସ୍ଥା, ଶଯ୍ୟା ସଂଖ୍ୟା ବୃଦ୍ଧି, ପ୍ଲାଜମା ବ୍ୟାଙ୍କ ଖୋଲିବା, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଳାଜମାଦାନ ପାଇଁ ଉତ୍ସାହିତ କରିବାକୁ ଦାବୀ ହୋଇଛି । ସେହିପରି କରୋନା ଆକ୍ରାନ୍ତଙ୍କ ପରିଜନଙ୍କୁ ସୂଚନା ଦେବାକୁ ହସପିଟାଲରେ ସିସିଟିଭି ସଂଲଗ୍ନ ସହିତ ଏଲସିଡି ମାଧ୍ୟମରେ ସୂଚନା ବ୍ୟବସ୍ଥା, ଆକ୍ରାନ୍ତଙ୍କ ପରିଜନ ପାଇଁ ହସ୍‌ପିଟାଲ ପରିସରରେ ଆଶ୍ରୟସ୍ଥଳୀ, ଟୀକାକରଣକୁ ସରଳୀକରଣ ଏବଂ ତଳିଆ କର୍ମଚାରୀଙ୍କ ସ୍ୱାସ୍ଥ୍ର୍ୟ ପ୍ରତି ଧ୍ୟାନ ଦେବାକୁ ସ୍ୱେଚ୍ଛାସେବୀମାନେ ଦାବୀ କରି ଅନଶନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.