oom

କୋଭିଡ ବିପକ୍ଷରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ତଥା ଆମ ରାଜ୍ୟ ଓଡିଶାରେ ସାମ୍ପ୍ରତିକ କୋଭିଡ ଓ ଓମିକ୍ରୋନ୍‌ର ବୃଦ୍ଧିକୁ ଆଖିରେ ରଖି ଓଡିଶା ସରକାର ରାଜ୍ୟବାସୀ ମାନଙ୍କର ଜୀବନ ଜୀବିକା ଆଉ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏହି ଉଦ୍ୟମରେ ରାଜ୍ୟ ସରକାର ବିଭିନ୍ନ ସମାଜସେବୀ ମାନଙ୍କର ସହଯୋଗୀତାକୁ ମଧ୍ୟ ସ୍ୱାଗତ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଏମ୍‌ସିର ଅନୁମତିକ୍ରମେ ଭୁବନେଶ୍ୱର ସ୍ଥିଥ ତିନୋଟି ସାମାଜିକ ଅନୁଷ୍ଠାନ ତଥା ଅସ୍ତିତ୍ୱ, ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଓ ରୋଟାରୀ କ୍ଲବ ଅଫ୍‌ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ମିଳିତ ଆନୁକୂଲ୍ୟରେ କୋଭିଡ ବିପକ୍ଷରେ ଏକ ଜନ ସଚେତନତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରଳ ଭାଷାରେ ରାଜ୍ୟର ପୁରାତନ କଳା ଦାସକାଠିଆ ମାଧ୍ୟମରେ କରୋନା ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଯାଇଥିଲା, ସଚେତନ କରିବା ସହିତ ମାସ୍କ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମଟି ପଦ୍ମଵିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ଶ୍ରୀଯୁକ୍ତ ସାହୁଙ୍କ ବ୍ୟତୀତ ଉଦ୍‌ଘାଟନ ଉତ୍ସବରେ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ମାନଙ୍କ ମଧ୍ୟରେ ରୋଟାରୀ ଏକାମ୍ର କ୍ଷେତ୍ରର ଏଜି ଅନୁପ ବଳିୟାର ସିଂ, ସିପି ରାଜଲକ୍ଷ୍ମୀ ମହାପାତ୍ର, ପିପି ଡ. ରେଖା ଦାସ, ପିପି ସରୋଜ ଲକ୍ଷ୍ମୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଉଦ୍‌ଘାଟନ ଉତ୍ସବରେ ରୋଟାରୀ ଏକାମ୍ର କ୍ଷେତ୍ରର ସଭାପତି ଡ. ଅଚ୍ୟୁତା ନନ୍ଦ ପଟ୍ଟନାୟକ, ସେକ୍ରେଟାରୀ ସୂର୍ଯ୍ୟ ନାରାୟଣ ସାହୁ, ଅସ୍ତିତ୍ୱ ସଂସ୍ଥାର ସେକ୍ରେଟାରୀ ଡ. ମମତା ଦାସ, ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ନିର୍ଦ୍ଦେଶକ ତପସ୍ୱିନୀ ପଣ୍ଡା ତାଙ୍କର ଭାଷଣ ମାଧ୍ୟମରେ ଲୋକମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.