
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶାନ୍ତିପଡାଠାରେ ବସ ଉପରେ ଚଢ଼ାଉ କରି କଫ ସିରପ୍ ଜବତ କରିଛି ଅବକାରୀ ବିଭାଗ । ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସ ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ଠାରୁ ୨୩୦ ବୋତଲ କଫ୍ ସିରପ୍ ଜବତ୍ କରିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରୀରେ ବଲାଙ୍ଗିରରୁ ପାଟଣାଗଡ଼ ଅଭିମୁଖେ ଯାଉଥିବା ଏକ ବସରେ ବେଆଇନ ଭାବରେ କଫ ସିରପ୍ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ଖବର ପାଇଥିଲା । ତୁରନ୍ତ ବସ୍ ଉପରେ ଚଢ଼ାଉ କରି ଚୁଡ଼ାପାଲିର ରାଜେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ୨୩୦ ବୋତଲ କଫ୍ ସିରପ୍ ଜବତ୍ କରାଯାଇଥିବା ସୂଚନା ମିଳିଛି ।