om academy

କିଛି ଦିନର ନୀରବତା ପରେ ପୁଣି କଫ ସିରପ ଜବତ : ୨ ଗିରଫ

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବୁଧବାର ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ୬:୩୦ ସମୟରେ ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘୁନସର ମିଲ ନିକଟସ୍ଥ ଡୁଙ୍ଗରି ପାଖ ବୁଲାଣିରେ ୬୧ଟି ସିଲ୍‌ ଥିବା ୧୦୦ ମିଲି ବିଶିଷ୍ଟ ଏସ୍‌କଫ କଫସିରଫ, ଗୋଟିଏ ଷ୍ଟ୍ରିପ ନିଶା ଟାବେଲେଟ, ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ ବାଇକ ଜବତ କରିବା ସହ ଜଣେ ଅଭିଯୁକ୍ତ ଲାଠୋର ଥାନା ଅନ୍ତର୍ଗତ ମାଲପଡା ଗ୍ରାମର କ୍ଷୀରଧର ବାରିକ ଓରଫ ହାଡୁ (୪୦)ଙ୍କୁ ଗିରଫ କରାଯାଇ ଖପ୍ରାଖୋଲ ଥାନାକୁ ଆଣି ଅଧିକ ପଚରାଉଚରା କରିବାରୁ ଆଉ ଜଣେ ଅଭିଯୁକ୍ତ ଏହି କଫ ସିରପ୍ ରେକେଟରେ ସଂଶ୍ଲିଷ୍ଟ ଥିବା ଜଣାପଡିଥିଲା । ଅଭିଯୁକ୍ତ ଜଣକ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସଦର କୋମନା ପାଇକପଡ଼ାର ମାଧବ ନାଏକ(୩୫) ବୋଲି ଖପ୍ରାଖୋଲ ପୋଲିସ ଜାଣିଲା ପରେ ତାଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୫୨/୨୦୨୩ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୪/୨୭୫/୨୭୬ କ୍ରମେ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁଲିସର ଏଭଳି କାର୍ଯ୍ୟ ଜାରି ରହିଲେ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ ତଥା ନିଶା କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେବା ସହ ପୁଲିସର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି । ଏହି ଅଭିଯୁକ୍ତମାନଙ୍କ ସହ ସଂଶ୍ଲିଷ୍ଟ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଧରିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.