କଫ୍‌ ସିରଫ ଜବତ, ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକରୀ ବସ୍‌ରେ କଫ୍‌ ସିରଫ୍‌ ଚାଲାଣ ହେଉଥିବା ବେଳେ ଜଣକୁ ଗିରଫ କରିଛି ଲୋଇସିଂହା ପୋଲିସ । ପୁରୀରୁ ରାଜ ଖରିଆର ଅଭିମୁଖେ ଯାଉଥିବା ସରକାରୀ ବସରେ ଜଣେ ବ୍ୟକ୍ତି କଫ ସିରଫ ଚାଲାଣ କରୁଥିବା ନେଇ ଖବର ପାଇଥିଲା ପୋଲିସ । ଲୋଇସିଂହା ଚାରିଛକ ନିକଟରେ ସୋମବାର ଭୋରରେ ବସକୁ ଅଟକାଇ ପୋଲିସ ତଲାସୀ ନେଇଥିଲା । ବସରେ ଥିବା ଦୁଇଟି ବ୍ୟାଗରୁ ପ୍ରାୟ ୨୨୮ ବୋତଲ କଫ ସିରଫ ଜବତ କରିଥିଲା ପୋଲିସ । ଏଥିସହିତ କଫସିରଫ ଚାଲାଣ କରୁଥିବା ଆଗଲପୁର ଥାନା ସାଧୁପାଲି ଗାଁର ହେମନ୍ତ ସାହୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ କେଉଁଠୁ ଓ କେଉଁ ଜାଗାକୁ କଫ ସିରଫ ଚାଲାଣ ହେଉଥିଲା, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ ଯେ, କଟକ ତଥା ରାଜଧାନୀ ଭୁବନେଶ୍ୱରରୁ ଯାତ୍ରୀବାହୀ ବସ ଏବଂ ବିଭିନ୍ନ ଚାରିଚକିଆ ଯାନ ଗୁଡିକରେ ସୋନପୁର- ତିଳେଇମାଲ ଛକ- ବୁର୍ଡାଛକ – ଲୋଇସିଂହା ଚାରିଛକ ଦେଇ ପାଟଣାଗଡ଼ ଏବଂ କଣ୍ଟାବାଞ୍ଜି ଅଞ୍ଚଳକୁ ରୀତିମତ କଫ ସିରଫ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.