oum

କରୋନା ସଂକ୍ରମଣକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନରସିଂହ : ସଂକ୍ରମଣ ରୋକିବା ଚେଷ୍ଟା ନକରି ପ୍ରଚାରରେ ବ୍ୟସ୍ତ ପ୍ରଧାନମନ୍ତ୍ରୀ

jsm
  • କରୋନାକୁ ନେଇ ନିଜର ଉତ୍ତରଦାୟିତ୍ୱ ପାଳନ କରନ୍ତୁ ରାଜ୍ୟସରକାର-ନରସିଂହ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ନେଇ କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରି ଠାରୁ ଅଧିକ ମାରାତ୍ମକ ଅଟେ । ଦୁର୍ଭାଗ୍ୟର ବିଷୟ ଯେ, ମୋଦୀ ନେତୃତ୍ୱାଧିନ କେନ୍ଦ୍ର ସରକାର କରୋନା ମହାମାରୀ ସଂକ୍ରମଣକୁ ରୋକିବାରେ ସଂପୁର୍ଣ୍ଣ ଫେଲ ମାରିଛି । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣ ଯେପରି ନ ବଢିବ, ଲୋକେ ଯେପରି ଏହାର ସଂକ୍ରମଣ ଦାଉରୁ ରକ୍ଷା ପାଇବେ ସେ ଉପରେ ପଦକ୍ଷେପ ନନେଇ ସେ କେବଳ ହୀନ ରାଜନିତୀରେ ବ୍ୟସ୍ତ ଅଛନ୍ତି । କରୋନା ସଂକ୍ରମଣକୁ ଅଣଦେଖା କରି ସେ କେବଳ ପଶ୍ଚିମବଙ୍ଗ ନିର୍ବାଚନରେ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି । ଫଳରେ ଏହାର କୁପ୍ରଭାବ ସାରା ଦେଶରେ କରୋନା ଲଢେଇ ଉପରେ ପଡୁଛି । ଆମ ରାଜ୍ୟ ଓଡିଶାର କଥା ଚିନ୍ତା କଲେ, ରାଜ୍ୟରେ ଏବେ ଔଷଧ, ଅକ୍ସିଜେନ ସିଲିଣ୍ଡର, ଏମ୍ବୁଲାନ୍ସ, ହସପିଟାଲ ବ୍ୟାଡ ତଥା କରୋନା ଟୀକାର ମଧ୍ୟ ଘୋର ଅଭାବ ଦେଖା ଦେଇଛି । ଏହାକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଅଣଦେଖା କରୁଛନ୍ତି । ଏପରିକି ସବୁଥିରୁ ବେଶି ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଫୋନକୁ ମଧ୍ୟ ଗ୍ରହଣ କରୁି ନାହାନ୍ତି । ଏପରି ସ୍ଥଳେ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନହାନୀ ପାଇଁ ଯଦି କିଏ ଦାୟୀ ତେବେ ଏହା କେବଳ କେନ୍ଦ୍ରର ମୋଦୀ ସରକାର ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଏହିପରି ଏକ ଘଡି ସନ୍ଧି ମୁହୁର୍ତ୍ତରେ ଆମ ରାଜ୍ୟ ସରକାର ଚୁପ ହୋଇ ବସିଯିବା ଠିକ ନୁହଁ । ରାଜ୍ୟରେ ମଧ୍ୟ ସରରକାର ସମସ୍ତ ଶକ୍ତି ଖଟାଇ ଲୋକଙ୍କ ଜୀବନ ରକ୍ଷା ପାଇଁ କରୋନା ସଂକ୍ରମଣ ବିରୁଦ୍ଧରେ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ । ଲୋକେ ଯେମିତି ଠିକ ସମୟରେ ଔଷଧ, ଟୀକା ଓ ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । ଆହୁରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ପରୀକ୍ଷା କରି ସେମାନଙ୍କ ସହିତ ରାଜ୍ୟବାସୀଙ୍କୁ ମଧ୍ୟ ସୁରକ୍ଷିତ କରିବା ନିହାତି ଜରୁରି ବୋଲି ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।
Leave A Reply

Your email address will not be published.