ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା : କଟକରୁ ସର୍ବାଧିକ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୯୭ ଜଣକୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୩୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ଜଗତସିଂହପୁରରୁ ୯ ଜଣ, ଢେଙ୍କାନାଳରୁ ୬ ଜଣ, ଯାଜପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲ୍ଳାରୁ ୩ ଲେଖାଏଁ, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଲେଖାଏଁ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.