om academy

ସମନ୍ନୟ ଓ ସହଯୋଗ ଅଭାବରୁ ପାରାଦ୍ୱୀପରେ କରୋନା ଯୁଦ୍ଧରେ ଶିଥିଳତା

jsm

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ୟ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସତ୍ୱେ ସମନ୍ୱୟ ଓ ସହଯୋଗ ଅଭାବରୁ ଏହି ଯୁଦ୍ଧରେ ଶିଥିଳତା ଦେଖାଯାଇଛି । ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପର ବିଭିନ୍ନ ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସକ୍ରିୟ ସହଯୋଗ ଓ ସମନ୍ୱୟ ଭାବେ କାର୍ଯ୍ୟ କରିଥିବା ଯୋଗୁଁ କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଜିଲ୍ଲା ଓ ପାରାଦ୍ୱୀପରେ ଏହି ସଂକ୍ରମଣ ବୃଦ୍ଧି ପାଇପାରିନଥିଲା ଏବଂ ସ୍ଥିତି ନିୟନ୍ତ୍ରଣରେ ଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ଯୁଦ୍ଧରେ ଜିଲ୍ଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ ଓ କିଛି ହାତ ଗଣତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ରିୟ ଥିବା ବେଳେ ଅନ୍ୟମାନେ ନିଷ୍କ୍ରିୟ ଥିବାର ଦେଖାଯାଉଛି । ପୂର୍ବରୁ ସ୍ଥାନୀୟ ଶିଳ୍ପ ସଂସ୍ଥା ମାନେ କରୋନା ଯୋଦ୍ଧା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସର୍ବସାଧାରଣରେ ଉପଯୋଗୀ ମାସ୍କ ଓ ସାନିଟାଇଜର ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସହଯୋଗ କରିଥିବା ସ୍ଥଳେ ସଂପ୍ରତି କରୋନା ଯୁଦ୍ଧରେ ସେମାନଙ୍କର ସହଭାଗିତା ଦେଖିବାକୁ ମିଳୁନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା କରୋନା ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ମାନେ ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ କରୋନା ମହାମାରୀ ସମ୍ପର୍କିତ ଖବର ସାଧାରଣରେ ଉପସ୍ଥାପନ କରୁଥିବା ବେଳେ, ସେମାନଙ୍କ ସୁରକ୍ଷା ବିଷୟରେ କେହିବି ଚିନ୍ତା କରୁନାହିାଁନ୍ତି । ପ୍ରଥମ ପର୍ୟ୍ୟାୟ ସମୟରେ ପାରାଦ୍ୱୀପ ବନ୍ଦର, ଇଫ୍‌କୋ ଓ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହା ଉପଲବ୍ଧ ହେଉନାହିଁ ।

Leave A Reply

Your email address will not be published.