ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୨୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୫୨ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୧୬୧, ବରଗଡ଼ରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୪୩, କଟକରୁ ୫୭୭, ଦେବଗଡ଼ାରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଂଜାମରୁ ୭୧, ଜଗତସିଂହପୁରରୁ ୧୭୩, ଯାଜପୁରରୁ ୨୦୧, ଝାରସୁଗୁଡ଼ାରୁ ୨୦୫, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୧୪୮, କେଉଁଝରରୁ ୪୨, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଂଜରୁ ୧୩୯, ନବରଙ୍ଗପୁରରୁ ୭୦, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୧୧୫, ପୁରୀରୁ ୨୧୯, ରାୟଗଡ଼ାରୁ ୫୧, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୩୧, ସୁନ୍ଦରଗଡ଼ରୁ ୧୦୧, ଷ୍ଟେଟ୍‌ ପୁଲ୍‌ ୧୬୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୯୨୫୪୮ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୩୨୧୩ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.