centurian jitm

ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୮୯୧ ଆକ୍ରାନ୍ତ ଚିହ୍ନଟ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୮୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୫୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୩୪୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୧୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୬, ବାଲେଶ୍ୱରରୁ ୨୩୪, ବରଗଡରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗିରରୁ ୧୩୮, ବୌଦ୍ଧରୁ ୯୩, କଟକରୁ ୪୮୨, ଦେବଗଡରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୧୧୪, କେଉଁଝରରୁ ୧୩୭, ଖୋର୍ଦ୍ଧାରୁ ୧୫୦୦, କୋରାପୁଟରୁ ୧୨୮, ମାଳକାନଗିରିରୁ ୫୨, ମୟୁରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡରୁ ୨୦୫, ନୂଆପଡାରୁ ୫୬, ପୁରୀରୁ ୬୩, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୫୮, ସୁବର୍ଣ୍ଣପୁରରୁ ୨୦, ସୁନ୍ଦରଗଡରୁ ୫୦୧ ଓ ଷ୍ଟେଟ ପୁଲ୍‌ରୁ ୨୯୯ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.