
ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୪୫୬୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୮୩୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୮୧, ବରଗଡ଼ରୁ ୧୯, ଭଦ୍ରକରୁ ୮୬, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୦, କଟକରୁ ୨୯୭, ଦେବଗଡ଼ରୁ ୫, ଢେ଼ଙ୍କାନାଳରୁ ୪୪, ଗଜପତିରୁ ୫, ଗଂଜାମରୁ ୧୩, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨୯, କେଉଁଝରରୁ ୩୫, ଖୋର୍ଦ୍ଧାରୁ ୩୨୨, କୋରାପୁଟରୁ ୩୧, ମାଲକାନଗିରିରୁ ୪୨, ମୟୁରଭଂଜରୁ ୧୧୦, ନବରଂଗପୁରରୁ ୧୫, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୬, ପୁରୀରୁ ୧୪୪, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୧୪, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୭୫ ଓ ଷ୍ଟେଟ ପୁଲ୍ରୁ ୫୯ ଚିହ୍ନଟ ହୋଇଛନ୍ତି ।