oom

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୬୬୨୨୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୭୭, ବାଲେଶ୍ୱରରୁ ୩୨୦, ବରଗଡ଼ରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗିରରୁ ୪୧, ବୌଦ୍ଧରୁ ୮୩, କଟକରୁ ୫୫୭, ଦେବଗଡ଼ରୁ ୧୪, ଢେ଼ଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଂଜାମରୁ ୭୭, ଜଗତସିଂହପୁରରୁ ୧୪୮, ଯାଜପୁରରୁ ୩୯୪, ଝାରସୁଗୁଡ଼ାରୁ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡ଼ାରୁ ୨୩୭, କେଉଁଝରରୁ ୧୧୫, ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮, ମୟୁରଭଂଜରୁ ୨୮୫, ନବରଂଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡ଼ାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡ଼ରୁ ୨୫୧ ଓ ଷ୍ଟେଟ ପୁଲ୍‌ରୁ ୧୨୪ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.