ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା୨୫୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ମୃତକଙ୍କ ଅନୁଗୁଳ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ, ନବରଙ୍ଗପୁର ଜିଲ୍ଲା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲା, ଝାରସୁଗୁଡା ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲା, ବୌଦ୍ଧ ଜିଲ୍ଲା, କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ନୟାଗଡ଼ ଜିଲ୍ଲା, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ପ୍ରାଣ ନେଇଛି କରୋନା ।

Leave A Reply

Your email address will not be published.