ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ଜରାସିଂହା ୬, ଉପରଝର, ଦେଷଣ୍ଢ ୪ଜଣ ଲେଖାଏଁ, ସାଲେପାଲି ୨, ଦେଓଗାଁ, ଧଣ୍ଡାମାଲ, ମହଲାଇ, କୁତୁର୍ଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛି ।