oom

ଆଜି ରାଜ୍ୟରେ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୩୨ ରହିଛି । ଆଜି ୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪, ବରଗଡ଼ରୁ ୯, ବଲାଙ୍ଗିରରୁ ୪,ଦେବଗଡରୁ ୧, ଗଞ୍ଜାମରୁ ୧, ଜଗତସିଂପୁରରୁ ୧, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୩, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨, ମୟୁରଭଞ୍ଜରୁ ୩, ନୂଆପଡ଼ାରୁ ୨, ପୁରୀରୁ ୨, ରାୟଗଡାରୁ ୫, ସମ୍ବଲପୁରରୁ ୯, ଓ ସୁନ୍ଦରଗଡରୁ ୧୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୬୩୯୭ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୩୭୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.