centurian jitm

ଆସନ୍ତା ୩୧ ତାରିଖ ସୁଦ୍ଧା ଧାନ ଉଠେଇବାକୁ ଦାବୀ କଲା କଂଗ୍ରେସ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ପଦ୍ମପୁର ତରଫରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ କାର୍ୟ୍ୟ ପନ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ସମର୍ଥକ ମାନଙ୍କୁ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ଆସନ୍ତା ୩୧ ତାରିଖ ସୁଦ୍ଧା ସମସ୍ତ ମଣ୍ତିରୁ ଧାନ ଉଠାଇବା ପାଇଁ ଦାବୀପତ୍ର ଦେଇଛନ୍ତି । ଯଦି ଆସନ୍ତା ୩୧ ତାରିଖ ସୁଦ୍ଧା ସରକାରୀ ଦର ଅନୁଯାୟୀ ଟୋକନ ଲେପ୍ପ ହୋଇ ଥିବା ଏବଂ ଆଗକୁ ଟୋକନ ଥିବା ଉଭୟ ଟୋକନ ଲେପ୍ପ ଯୋଗୁଁ ଧାନ ବିକ୍ରିକରି ପାରିନଥିବା ଚାଷୀଙ୍କର ଧାନ ନ ଉଠେ ଓ ମିଲର୍ସ ମାନଙ୍କ ଉପରେ ଉଚିତ କାର୍ୟ୍ୟାନୁଷ୍ଠାନ ନିଆନଯାଏ ତାହେଲେ ଅବଧି ସିମା ସମୟ ଶେଷ ହେବା ପରେ ଭାରତୀୟ ଜାତୀୟ କଂଗ୍ରେସ ଚାଷୀଙ୍କ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଆଜି ଶତାଧିକ ଚାଷୀ ପଦ୍ମପୁର ସ୍ଥିତ ଭେଉଁରିଆ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ନାରା ଦେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ଠାରେ ପହଞ୍ଚିଥିଲେ । ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦିପ୍ତିମୟୀ ଭୁଏ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ସମୟରେ କଂଗ୍ରେସ ବରଗଡ ଜିଲ୍ଲା ସଭାପତି ଶ୍ରୀମାନ ନିହାର ମହାନନ୍ଦ, ପୁର୍ବତନ ବିଧାୟକ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀ ସତ୍ୟ ଭୂଷଣ ସାହୁ, ପଦ୍ମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଚମ୍ୱକେଶ୍ୱର ପୁରୋହିତ, ଝାରବନ୍ଧ ବ୍ଳକ କଂଗ୍ରେସ ଦଳ ସଭାପତି ଶ୍ରୀ ଜଗଦୀଶ କୁମାର ସାହୁ, ପାଇକମାଲ କଂଗ୍ରେସ ଦଳ ସଭାପତି ଶ୍ରୀ ବିନୋଦ ବିହାରୀ ବିଶ୍ୱାଳ, ପଦ୍ମପୁର ସହରାଞ୍ଚଳ କଂଗ୍ରେସ ଦଳର ସଭାପତି ଶ୍ରୀ ଦିଲ୍ଲିପ କୁମାର ଦାନୀ, ବରିଷ୍ଠ ଆଇନଜିବୀ ଶ୍ରୀ ଗୈାତିଆ କୁମାର ସାହୁ, ଶ୍ରୀ ସନ୍ତୋଷ ଶତପଥୀ, ଶ୍ରୀ ଯୁଧିଷ୍ଟିର ସାହୁ, ପୂର୍ବତନ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର କାଲିଆ, ଶ୍ରୀ ସୁନୀଲ ଅଗ୍ରୱାଲ, ଯୁବ କଂଗ୍ରେସ ନେତା ଶେଖ ମୁଜାଫର ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ । ସମାବେଶରେ ପାଇକମାଲ ବ୍ଲକ, ପଦ୍ମପୁର ବ୍ଲକ, ଝାରବନ୍ଧ ବ୍ଲକରୁ ଶତାଧିକ କର୍ମୀଙ୍କ ସହ ଅନେକ ଚାଷୀ ଉପସ୍ଥିତି ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

error: Content is protected !!