କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ସରକାରଙ୍କ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ, ବରଗଡ଼ ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ତଦନ୍ତରେ ଶିତିଳତା ପ୍ରତିବାଦରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା । ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଦର ମହକୁମା ସ୍ଥିତ ଗାନ୍ଧୀ ଛକ ଠାରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା । ସେହିଭଳି କଂଗ୍ରେସ ବନ୍ଦ୍ ଡାକରା ଯୋଗୁଁ ୬ଘଣ୍ଟା ଧରି ଜନ ଜୀବନ ଠପ୍ ହୋଇଯାଇଥିଲା । ସ୍ୱତ୍ତପୂର୍ତ୍ତ ଭାବେ ସରକାରୀ ବେସରକାରୀ ଅଫିସ୍ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଜିଲ୍ଲା କଂଗ୍ରେସର ନେତା ନିପନ ଦାଶ, ପ୍ରତାପ ନାଏକ, ପାଣ୍ଡବ କର୍ଣ୍ଣ ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିବା ବେଳେ ଅତାବିରା ଠାରେ ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ କର୍ମୀମାନେ ବନ୍ଦ୍ କରିଥିଲେ । ସେଠାରେ ମଧ୍ୟ ସକାଳୁ ଦିନ ୧୨ ଟା ପର୍ଯ୍ୟନ୍ତ ଅଫିସ, ଦୋକାନ ବଜାର ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା । ବରପାଲି, ଭଟଲି, ଅମ୍ବାଭୋନା ବ୍ଲକ ଅଞ୍ଚଳରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.