ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିର ନୂତନ ସଭାପତି ଭାବରେ ଲୋକନାଥ ମାଝି, ଉପସଭାପତି ଭାବରେ ଶ୍ରୀମତୀ ରୀନା ବାଗ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୁସ୍ତମ ନାଏକ ରହିଛନ୍ତି । ସେହିପରି ପ୍ରତିନିଧି ଭାବରେ ଅଙ୍ଗନୱାଡ଼ି ଯଜ୍ଞଭାରତୀ ମାଝି, ଆଶାକର୍ମୀ, ଚନ୍ଦ୍ରକଳା ମାଝି, ୱାର୍ଡ ମେମ୍ବର ପୁତନା ମହାନନ୍ଦ, ଶିକ୍ଷକ ପ୍ରତିନିଧି ଗଣେଶରାମ ମେହେର, ଛାତ୍ର ପ୍ରତିନିଧି ଭାବରେ ଗଣେଶ ଭୋଇ, ଛାତ୍ରୀ ପ୍ରତିନିଧି ଭାବରେ ପ୍ରୀୟମଞ୍ଜରି କାଣ୍ଡ ମନୋନୀତ ହୋଇଛନ୍ତି । ବିଦ୍ୟାଳୟର ସଦସ୍ୟମାନଙ୍କ ମଧ୍ୟରୁ ଲୋକନାଥ ମାଝି, ରଘୁମଣି ମାଝି, ଚିନ୍ତାମଣି ମହାନନ୍ଦ, ଖିରସିନ୍ଧୁ ବାଗ, ଚିନ୍ତାମଣି ମହାନନ୍ଦ, ଅନନ୍ତ ସା, କେଶରୀ ମାଝି, ବୈଦେହି ମାଝି, ହାରାମଣି ମାଝି, ସ୍ଵୟଂପ୍ରଭା ବାଗ, କୁନ୍ତଳା ସା, ଉର୍ମିଳା ସାଆ ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି କମିଟି ଚୟନରେ ସବୁ ବର୍ଗର ଲୋକମାନଙ୍କୁ ସ୍ଥାନିତ କରଯାଇଛି । ଏହି ବୈଠକରେ ଗ୍ରାମର ଜନସାଧାରଣ ତଥା ବୁଦ୍ଧିଜୀବୀ, ଅଭିଭାବକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଅନେକ ସାମିଲ ରହିଥିଲେ ।

Leave A Reply

Your email address will not be published.