oom

ପୋଷ୍ୟ ଗ୍ରାମ ସକଟାକୁ ପରିଦର୍ଶନ କଲେ ଜିଲ୍ଲାପାଳ

jsmm

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଆଜି ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତର ସକଟା ଭଳି ଡ଼ଙ୍ଗରିଆ ଅଧ୍ୟୁଷିତ ଗ୍ରାମକୁ ଜିଲ୍ଲାପାଳ ପରିଦର୍ଶନରେ ଆସି ଅଂଚଳର ବିକାଶ ଦିଗରେ ସମସ୍ତ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ବିକାଶ ପାଇଁ ଡ଼ଙ୍ଗରିଆ ଗାଁର ଘର ଘର ବୁଲି ଡ଼ଙ୍ଗରିଆ ଗାଁର ସମସ୍ତ ପରିବାରର ସୁବିଧା ଅସୁବିଧା କଥା ବୁଝିଥିଲେ । ପାନୀୟ ଜଳ, ଶିକ୍ଷା ତଥା ଆବାସ ଗୃହ ପାଇଁ ଅଧିକରୁ ଅଧିକ ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ବିକାଶ ସାଧନ ଦିଗରେ ସକଟା ଗ୍ରାମ ପହଂଚି ପାରିବ ସେ ଦିଗରେ ଅନ ଅଫିସିଆଲି ଗସ୍ତକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ ଆଶାର ସଂଚାର ହୋଇଛି । ତେବେ ଏହା ପୂର୍ବରୁ ଅନେକ ଥର ଜିଲ୍ଲାପାଳ ଗସ୍ତ କରିଛନ୍ତି କିନ୍ତୁ ସେ ଅନୁସାରେ ଡ଼ଙ୍ଗାରିଆ ଗାଁକୁ ବିକାଶ ଆଜି ଯାଏଁ ପହଂଚି ପାରିନି । ତେବେ ଏହାକୁ ନେଇ ଡ଼ଙ୍ଗରିଆ ଗାଁର ବିକାଶ କେବେ ହେବ ତାହା ଉପରବାଲାକୁ ହିଁ ଜଣା ବୋଲି ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.