oom

କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

jsmm

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବଡବନ୍ଧ ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ଦାଶରଥି ଥନାପତି, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମେହେର ଏବଂ ସମ୍ମାନିତ ଅତିଥି ରୂପେ ବଡବନ୍ଧ ସରପଂଚ ଜଗବନ୍ଧୁ ମେହେର ଯୋଗଦେଇଥିଲେ । ସି.ଆର.ସି.ସି. ଜଗଦୀଶ ପଧାନ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷକ ବିନାୟକ ଥନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବଡବନ୍ଧ କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ବିଦ୍ୟାଳୟର ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ରବିଚନ୍ଦ୍ର ବୁଡେକ, ହେଲିଶ୍ୱର ଧରୁଆ, କୈଳାସ ଚନ୍ଦ୍ର ଭୋଇ, ଅଶ୍ୱିନୀ ନାଏକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.