ଖଡୁପାଣି ଓ ଭଇଁସଦାନୀ କ୍ୟାମ୍ପରେ ସିଭିକ ଆକ୍ସନ ପ୍ରୋଗ୍ରାମ

ନୂଆପଡା, (ନିରାକାର ମେହରେ) : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅଧିନସ୍ଥ ଖଡୁପାଣି ଏବଂ ଭଇଁସାଦାନୀ ସିଆର୍‌ପିଏଫ୍‌ କ୍ୟାମ୍ପ ପରିସରରେ ୨୧୬ ବାଟାଲିୟନର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ପିଏଫ୍‌ ୨୧୬ ବାଟାଲିୟନର କମାଣ୍ଡାଣ୍ଟ ରାଜେଶ ବତ୍ସଙ୍କ ଉପସ୍ଥିତିରେ ବୋଡେ଼ନ ଥାନା ଅଧୀନରେ ଥିବା ମାଓ ଅଧ୍ୟୁଷିତ ଅଂଚଳ ଖଡୁପାଣି ଏବଂ ଭଇଁସାଦାନୀ ଅଂଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କୁ ଦେଶ ବିଦେଶର ହାଲଚାଲ ଜାଣିବା ପାଇଁ ରେଡିଓ ଏବଂ ରାତିରେ ଆଲୋକ ପାଇଁ ସୋଲାର ଲାଇଟ ଆଦି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ୨୧୬ ବାଟାଲିୟନ କମାଣ୍ଡାଣ୍ଟ ରାଜେଶ ବତ୍ସ ସେକେଣ୍ଡ ଇନ କମାଣ୍ଡାଣ୍ଟ ଧିରଜ କୁମାର ସିଂ, ଡେପ୍ୟୁଟି କମାଣ୍ଡାଣ୍ଟ ଏସ.ଏସ.ନକବି, ୨୧୬ ବାଟାଲିୟନ ବି କମ୍ପାନୀର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଟି.ନିତ୍ୟାନନ୍ଦମ, ଏଫ୍‌ କମ୍ପାନୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାମା ରାଓ ତଥା ସିଆର୍‌ପିଏଫ୍‌ ଯବାନ ମାନେ ଉପସ୍ଥିତ ରହି ରେଡିଓ, ସୋଲାର ଲାଇଟ ଆଦି ପ୍ରଦାନ କରଥିଲେ । ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ୟାମ୍ପ ପରିସରରେ ବିଭିନ୍ନ ରୋଗର ଚିକିତ୍ସା ଏବଂ ମାଗଣାରେ ଔଷଧ ଦେବାର ବ୍ୟବସ୍ଥା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଯବାନମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଗୀତ, ଦେଶାତ୍ମକ ଗୀତ ଆଦି ଗାନ କରିଥିଲେ ।

jittmm
Leave A Reply

Your email address will not be published.