ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ବର୍ଷାଋତୁ ଆସିଲେ ପରିବେଶରେ ବିଷାକ୍ତ ସାପ ଗୁଡ଼ିକ ବାହାରି ଥାଆନ୍ତି । ପ୍ରାୟତଃ ବିଷାକ୍ତ ସାପ ଗୁଡ଼ିକ ଘର ଦ୍ୱାରକୁ ପଶିଯାଇ ଅସାବଧାନତଃ ରହିଲେ ସାପ ଗୁଡ଼ିକ କାମୁଡ଼ି ଦେଉଥିବାରୁ ଲୋକଙ୍କ ଅକାରଣେ ମୃତବରଣ କରିଥାଆନ୍ତି । ସାପ ଗୁଡ଼ିକ ପରିବେଶ ପାଇଁ ଯେତିକି ଉପଯୋଗୀ ହୋଇଥିବା ବେଳେ ଆମେ ନମାରି ତାକୁ ଘଉଡାଇ ଦେବା ଉଚିତ ନହେଲେ ଆମେ ସ୍ନେକ୍ ହେଲ୍ପଲାଇନ ସାହାଯ୍ୟ ଉଦ୍ଧାର କରାଇ ତାକୁ ତାଙ୍କ ପରିବେଶ ଛାଡି ଦେବା ସେତିକି ଗୁରୁତ୍ତ୍ୱପୂର୍ଣ୍ଣ । ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରେ ସ୍ନେକ ମ୍ୟାନ ଭାବରେ ଚିମନଲାଲ୍ କଟାପଲିଆ ବେଶ ପରିଚିତ । ବୟସ ପାଖାପାଖି ୨୫ ବର୍ଷ ହେବ । ସେ ମିଠାପାଲି ପଞ୍ଚାୟତ ଡୁଙ୍ଗୁରିପାଲି ଗାଁର ବେଦବର କଟାପଲିଆଙ୍କ ଏକମାତ୍ର ପୁଅ । ଚିମନଲାଲ ବୃତ୍ତିରେ ଜଣେ ଦିନ ମଜୁରିଆ ତଥା ରାଜମିସ୍ତ୍ରୀ ଭାବରେ କାମ କରନ୍ତି । ବର୍ଷା ଋତୁରେ ଘରକୁ ପଶୁଥିବା ବିଷାକ୍ତ ସାପ ଉଦ୍ଧାର କରିବାକୁ ଆରମ୍ଭ କଲେ । ପରେ ସେ ଭୁବନେଶ୍ଵର ଯାଇ ସ୍ନେକ୍ ହେଲ୍ପଲାଇନ ତାଲିମ ପାଇବାରେ ପରେ ଏବେ ବନ ବିଭାଗ ପକ୍ଷରୁ ସ୍ଵୀକୃତିପ୍ରାପ୍ତ ସାପ ଉଦ୍ଧାରକାରୀ ଭାବରେ କାମ କରି ଆସୁଛନ୍ତି । ପାଇକମାଲ ଅଞ୍ଚଳରେ ଯାହା ଘରକୁ ବିଷାକ୍ତ ସାପ ଗୁଡ଼ିକ ପଶେ ପ୍ରଥମ ଚିମନଲାଲକୁ ଖୋଜା ପଡେ । ଚିମନଲାଲ୍ ଫୋନ୍ କଲ୍ ପାଇବା ମାତ୍ରେ ସେହି ଘରକୁ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ଛାଡ଼ି ଦେଇଥାନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୧୫୦୦ରୁ ଅଧିକ ସାପ ଉଦ୍ଧାର କରିସାରିଲେଣି ବୋଲି କହିଛନ୍ତି । ମୁଁ ଯେଉଁ ସମୟରେ କଲ ପାଏ ମୁଁ ସଙ୍ଗେ ସଙ୍ଗେ ଯାଇ ଉଦ୍ଧାର କରେ ବୋଲି କହିଛନ୍ତି । ଯଦି ଦିନ ବେଳେ ରାଜମିସ୍ତ୍ରୀ କାମ କରୁଥିବା ସମୟରେ ଡକା ପଡିଲେ ଟିକିଏ ବିଳମ୍ବ ହୋଇଥାଏ ବୋଲି କହିଛନ୍ତି । ସାପ ଉଦ୍ଧାର କରିବା ସମୟରେ ସାପ ନମାରିବା ତଥା ସାପ କାମୁଡିଲେ ଛଡାଫୁଙ୍କା ବିଶ୍ୱାସ ନକରି ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ମଧ୍ୟ ଯିବାକୁ ସଚେତନତ କରିଥାନ୍ତି । ବରଗଡ଼ ଡିଏଫଓ ତରଫରୁ ସେଫ୍ଟି କିଟ୍ ଯୋଗାଇଦେବା କଥା କିନ୍ତୁ ଏପର୍ଯ୍ୟନ୍ତ ପାଇନଥିବାରୁ ଶ୍ରୀଘ୍ର ସେଫ୍ଟି କିଟ୍ ଯୋଗାଇଦେବା ଚିମନଲାଲ୍ ଅନୁରୋଧ କରିଛନ୍ତି ।
