ସ୍ୱାଧୀନତା ଦିବସରେ ଛାତ୍ରଛାତ୍ର ମଧ୍ୟରେ ଗଣ୍ଡଗୋଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ସମୟରେ ବିକାଶ ବିଦ୍ୟାଳୟର ଛାତ୍ର ଏବଂ ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ପ୍ୟାରେଡ଼ ଅଭ୍ୟାସ ସମୟରେ କୌଣସି କଥାକୁ ନେଇ ଉଭୟ ଵିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ତିକ୍ତତା ଥିଲା । ଏ ସମ୍ପର୍କରେ ଟାଉନ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ସ୍ୱାଧୀନତା ଦିବସ ପ୍ୟାରେଡ ସାରି ଷ୍ଟାଡିୟମରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ପୁଣି ଉଭୟ ବିଦ୍ୟାଳୟର ଛାତ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହୋଇଛି । ଏପରିକି ଜଣେ ଛାତ୍ରକୁ ଛୁରା ମାଡ଼ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ସମ୍ପର୍କୀୟମାନେ ଟାଉନ ଥାନାରେ ପହଞ୍ଚି ଥିବାବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଟାଉନ ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.