ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁଣ୍ଡାଲ ଗ୍ରାମର ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ମନ୍ଦିର ସେବକ ହୁଲାସ ରଣା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ମନ୍ଦିର କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ଭିତରୁ ବାରଟା ପିତ୍ତଳ ଘଣ୍ଟି, ଦୁଈଟି ଲେଖା ପିତ୍ତଳ ଗରା, ପିତ୍ତଳ ତସଲା, ଢାଳ, ତିନିଟି ଥାଳି, ବାଲିଟି, ଦୀପ, ଗଡୁ, ଭୋଗ ଥାଳିଆ, ଚୌକି ଓ ବିଦ୍ୟୁତ ପଙ୍ଖା ଆଦି ସମାଗ୍ରୀ ସମେତ ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ଗଡମୋଟରି ଗ୍ରାମର ଜଣେ ଅଭିଯୁକ୍ତ ଗିରଫ କରି ଜେରା କରିବାରେ ସେ ଚୋରି କରିଥିବା ସ୍ବୀକାର କରିଥିଲା । ଅଭିଯୁକ୍ତ ବୟାନ ଅନୁଯାୟୀ ଡେଲାଙ୍ଗ ହାଟ ଫାଣ୍ଡି ଥିବା ଏକ କଂସା ପିତ୍ତଳ ଦୋକାନରୁ ଚୋରୀ ସାମଗ୍ରୀ ଜବତ ସହ ଦାନବାକ୍ସରୁ ଚୋରୀ ଟଙ୍କା ମଧ୍ୟ ଜବତ କରାଯାଇଛି । ଚୋରୀ ସାମଗ୍ରୀ ରଖିଥିବା ଅଭିଯୋଗରେ ପୋଲିସ ଜଣେ ଦୋକାନୀକୁ ଅଟକ ରଖି ଅଧିକ ଖୋଳତାଡ଼ କରୁଛି ।
Prev Post
Next Post