oom

ସହରର ଠିକାଦାରପଡାରେ ଗୋଦାମ ଘର ତାଲାକାଟି ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ କଲେ ଠିକାଦାର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଦିନକୁ ଦିନ ବଢି ବଢି ଚାଲୁଛି ଅପରାଧ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଦିନ ରାତି ପଇଁତରା ମାରୁଛି । ତା’ ସତ୍ୱେ ଟାଉନ ଥାନା ନିକଟସ୍ଥ ଠିକାଦାରପଡା ସ୍କୁଲ ସମ୍ମୁଖରେ ଥିବା ଏକ ଠିକାଦାରଙ୍କ ଗୋଦାମ ଘରର ତାଲା କାଟି କିଛି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି । ତେବେ ଏହାକୁ ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର ସନ୍ତୋଷ କୁମାର ମହାପାତ୍ର । ଅଭିଯୋଗ ଅନୁସାରେ ଠିକାଦାରପଡାରେ ପୌରପାଳିକାର ଷ୍ଟଲ ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ଠିକା ନେଇଥିବା ଠିକାଦାର ନିକଟରେ ଏକ ଗୋଦାମ ଘର କରି ସମସ୍ତ ସାମଗ୍ରୀ ରଖିଥିଲେ । ତେବେ ଗତ ରାତିରେ କିଛି ଦୁର୍ବୃତ୍ତ ସେହି ଗୋଦାମ ଘରରର ତାଲା କାଟି ଏକ ପାଣି ମୋଟର, କଟର ମେସିନ୍‌ ଓ ଲୁହା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି ବୋଲି ଠିକାଦାର ଅଭିଯୋଗ କରିଥିବା ବେଳେ ପୋଲିସ ହାତରେ ଏବେ ଏହି ଚୋରି ଘଟଣାର ସିସିଟିଭି ଫୁଟେଜ ମଧ ରହିଛି ଏବଂ ତନାଘନା ତଦନ୍ତ ମଧ୍ୟ ପୋଲିସ ପକ୍ଷରୁ ଜାରି ରହିଛି ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.