
ବରଗଡ, (ମୁନ୍ନା ସାହୁ) : ରାତି ଅଧରେ ଟ୍ରାନ୍ସଫର୍ମର ଚୋରି । ସୋମବାର ସକାଳ ୯ଟା ସମୟରେ ଗ୍ରାମବାସୀ ପ୍ରତିକ୍ରିୟା ରଖି ନ୍ୟାୟ ଦାବି ସହ ଚୋର ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ସୂଚନା ଅନୁସାରେ ଗତରାତିରେ ବରାହଗୋଡାରେ ଏକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ କିଛି ଦୁର୍ବୃତ୍ତ ଆସି ଟ୍ରାନ୍ସଫର୍ମରକୁ ଭାଙ୍ଗିବା ସହ ଭିତରେ ଥିବା ତମ୍ଭା ଓ ଅନ୍ୟ ସାମଗ୍ରୀ ଚୋରି କରି ଫେରାର ମାରିଛନ୍ତି । ତେବେ ମାତ୍ର ୧୦୦ ମିଟର ଦୂରରେ ଗ୍ରାମାଞ୍ଚଳ ଥାନା ରହିଥିବା ବେଳେ ପୋଲିସକୁ ମଧ୍ୟ ଖାତିର କରୁନାହାନ୍ତି ଚୋର । ପୂର୍ବରୁ ମଧ୍ୟ ଥାନା ପଛପଟୁ ଚୋରି ହୋଇଥିବା ବେଳେ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।