ଗ୍ରୋସେରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ

ଲଙ୍ଗଳେଶ୍ୱର/ରୂପ୍‌ସା : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍‌, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ ମାଲିକ ପ୍ରଦୀପ ରାଜ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ସବୁଦିନ ଭଳି ରବିବାର ରାତିରେ ପ୍ରଦୀପ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସୋମବାର ସକାଳେ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଥିଲା । ସିଂଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!