ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଖୋଲାନ ରାସ୍ତା ମଝିରେ ଗୋଟିଏ ହାଇୱା ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ମାଇନ୍ସ ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ଓ ତାଙ୍କ କର୍ମଚାରୀ ମାନେ ଏକ ହଇୱା ଗାଡ଼ି ନମ୍ବର ଓଡ଼ି୦୩ ଟି ୫୦୨୪ ବିଶିଷ୍ଟ ଗାଡ଼ି ଅଟକାଇ କାଗଜପତ୍ର ମାଗିଥିଲେ । ହାଇୱା ଚାଳକ କିଛି କାଗଜପତ୍ର ନ ଦେଖାଇ ପାରିବାରୁ ଟିଟିଲାଗଡ଼ ଥାନାକୁ ଆଣି ଗାଡ଼ି ଜିମା ଦେଇଛନ୍ତି । ଗାଡ଼ି ଥାନାରେ ଜିମା ଦେଲା ପରେ ଗାଡ଼ି ଚାଳକ ଫେରାର ମାରିଥିବା ତାଙ୍କ ବିଭାଗୀୟ କର୍ମଚାରୀ ଜଣାଇଥିଲେ । ତହସିଲଦାର ଏହି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାଖାପାଖି ଏକ ଲକ୍ଷ ଟଙ୍କା ଜୋରିମାନା ଦେବେ ବୋଲି କହିଛନ୍ତି ।