ଆଦର୍ଶ ପାଠାଗାରରେ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୨ର ଫଳାଫଳ ପ୍ରକାଶ ପାଇଛି । ଗୃପ ଏରେ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ସୃଷ୍ଟି ପାଢୀ ପ୍ରଥମ, ଦୀପିକା ବିଗନର୍ସ ଏକାଡେମୀର ଦିବ୍ୟାଂଶୁ ଶେଖର ଦାସ ଦ୍ୱିତୀୟ, ଡିଏଭି ପବ୍ଲିକ୍ ସ୍କୁଲର ଜାଗୃତି ମହାନ୍ତି ତୃତୀୟ ଓ ସେଣ୍ଟପଲ ସ୍କୁଲର ଜଗଦୀଶ ସାମଲ ସାନ୍ତ୍ୱନା ମୂଳକ ପୁରସ୍କାର ପାଇବେ । ଗୃପ ବିରେ ସେକ୍ଟର ୨୨ର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶୋଭନା ହେମ୍ଭ୍ରମ ପ୍ରଥମ, ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ସୋନାଲୀ ମିଶ୍ର ଦ୍ୱିତୀୟ, ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସାଇସ୍ମୃତି ପଟ୍ଟନାୟକ ତୃତୀୟ ଓ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଆଦିସ୍ମିତା ସାମନ୍ତରାୟ ସାନ୍ତ୍ୱନା ମୂଳକ ପୁରସ୍କାର ପାଇବେ । ଗୃପ ସିରେ ଛେଣ୍ଡ ପବ୍ଲିକ୍ ସ୍କୁଲର ମୀମାଂସା ପ୍ରଧାନ ପ୍ରଥମ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସ୍ବୟଂସିଦ୍ଧ୍ୟା ସ୍ବାଇଁ ଦ୍ବିତୀୟ ଓ ସେହି ବିଦ୍ୟାଳୟର ଆଶୁତୋଷ ପଣ୍ଡା ତୃତୀୟ, ଛେଣ୍ଡ ଚିନ୍ମୟ ବିଦ୍ୟାଳୟର ଆକୃତି ମାହାତୋ ଓ କାର୍ମେଲ ସ୍କୁଲର ଦିବ୍ୟାଶ୍ରୀ ପଲାଇ ସାନ୍ତ୍ୱନା ମୂଳକ ପୁରସ୍କାର ପାଇବେ । ସେହିପରି ଗୃପ ଡିରେ ବାଜି ରାଉତ ଶିକ୍ଷା ନିକେତନର ସୌମ୍ୟରଂଜନ ବିଶୋଇ ପ୍ରଥମ, ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସ୍ନେହାସ୍ମୃତି ମହାନ୍ତି ଦ୍ବିତୀୟ ଓ ଦୀପକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ତନୁଶ୍ରୀ ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୧୪ ତାରିଖ ସଂଧ୍ୟାରେ ହେବାକୁ ଥିବା ପାଠାଗାରର ବିଷୁବ ମିଳନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରୋକ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି ।

Leave A Reply

Your email address will not be published.