ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ଫାଇନ୍‌ ଆର୍ଟ ଅନୁଷ୍ଠାନ ‘କଳା କେନ୍ଦ୍ର’ ପକ୍ଷରୁ ଅଯୋଜିତ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆଜି ଛେଣ୍ଡସ୍ଥିତ ଶିକ୍ଷା କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କନକ ମଞ୍ଜରୀ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଓ.ୱାଇ.ଏମ.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କଳା କେନ୍ଦ୍ରର ପ୍ରିନ୍‌ସିପାଲ୍‌ ଦେବେନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପେଣ୍ଟିଙ୍ଗ ପ୍ରଦର୍ଶନୀରେ ପ୍ରାୟ ୨୦୦ରୁ ଅଧିକ ଶିଶୁ କଳାକାର, ୫୦ରୁ ଅଧିକ ବୟସ୍କ କଳାକାର ଭାଗ ନେଇଛନ୍ତି । ସାମ୍ବାଦିକ ଜଗନ୍ନାଥ ମାହାତୋ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱର୍ଗତ ଅଭିଳାଷ ନାୟକଙ୍କ ସ୍ମୃତିରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ପ୍ରଦର୍ଶନୀ ଆଜି ଓ ଆସନ୍ତା କାଲି ୨ଦିନ ଧରି ଚାଲିବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଇପ୍ସିତା ପ୍ରଧାନ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀ ରଶ୍ମିରେଖା ବିଶ୍ୱାଳ, ମାଧୁରୀ ପ୍ରଧାନ, ଦେବସ୍ମିତା ବେହେରା, ଲଭଲି ଘୋଷ, କେ.ବିଜୟ ଭାସ୍କର, ଚନ୍ଦନ ସୋନା, ଉଷା ରାଣୀ ଶତପଥି, ସବିତା ବାସା, ଦୀପିକା ଦେ, ବାସନ୍ତୀ ମହାରଣା, ସ୍ନେହଲତା ନାୟକ ଓ ସୁପ୍ରିୟା କିଷାନ ପ୍ରମୁଖ ଉପସ୍ଥିତ ରହିବା ସହ ପ୍ରଦର୍ଶନୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.