oom

ମନ୍ଦିରର ସୁରକ୍ଷା ନେଇ ଏସ୍‌ପିଙ୍କୁ ଚିଠି ଲେଖିଲେ କୁସୁମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଟିମ୍ବର କଲୋନୀ ସ୍ଥିତ ମା’ ବୈଷ୍ଣବଦେବୀ ମନ୍ଦିରରୁ ଗତକାଲି ମା’ ଙ୍କ ସୁନା ଓ ରୁପା ଆଭୁଷଣ ଚୋରି ହୋଇଥିବା ବେଳେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ତା’ସହିତ ରାଉରକେଲାର ମନ୍ଦିର ଗୁଡିକରେ ଏଭଳି ବାରମ୍ବାର ଚୋରି ଘଟଣା ପାଇଁ ପୋଲିସର ନିଷ୍କ୍ରିୟତାକୁ ସେ ଦାୟୀ କରିଥିବା ବେଳେ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋଙ୍କୁ ଏକ ଚିଠି ଲେଖି ପୋଲିସ ବଳକୁ ମନ୍ଦିରର ସୁରକ୍ଷା ଦିଗରେ ନିୟୋଜିତ କରିବାକୁ ଦାବୀ କରିଛନ୍ତି । ଏସପିଙ୍କୁ ଲେଖିଥିବା ଚିଠିରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ, ଗତ ଡ଼ିସେମ୍ବର – ୬ ତାରିଖ ଦିନ ସହରର ପ୍ରମୁଖ ପରିବା ବଜାର ଟ୍ରାଫିକ ଗେଟ ତାରିଣୀ ମନ୍ଦିରରୁ ଚୋରି ହୋଇଥିବା ବେଳେ ଫେବୃଆରୀ -୧୮ ତାରିଖ ଦିନ ରାଜ୍ୟର ଏକ ପ୍ରମୁଖ ଧାର୍ମିକ ସ୍ଥଳ ବେଦବ୍ୟାସ ମନ୍ଦିରରୁ ଦାନ ହୁଣ୍ଡୀ ଭାଙ୍ଗି ଚୋରି ହୋଇଥିଲା । ତେବେ ଉଭୟ ଘଟଣା ମନରୁ ଲିଭିନଥିବା ବେଳେ ରାଉରକେଲାର ପୁଣି ଏକ ପ୍ରମୁଖ ଧାର୍ମିକ ସ୍ଥଳ ମା’ ବୈଷ୍ଣବଦେବୀ ମନ୍ଦିରରୁ ମା’ଙ୍କ ସୁନା ଓ ରୁପା ଆଭୁଷଣ ଚୋରି ହେବା କଥା ନିଶ୍ଚିତ ଭାବରେ ଚିନ୍ତାଜନକ । ଏଭଳି ଘଟଣା ପ୍ରମାଣିତ କରୁଛି ଯେ, ରାଉରକେଲାର ମନ୍ଦିରଗୁଡିକ ବହୁତ ଅସୁରକ୍ଷିତ ଅବସ୍ଥାରେ ରହିବା ସହିତ ଦୁର୍ବୁତ୍ତମାନଙ୍କ ଟାର୍ଗେଟରେ ରହିଛି । ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ, ମନ୍ଦିର ହେଉଛି ମଣିଷ ଜୀବନକୁ ଶୃଙ୍ଖଳିତ ଓ ଅବେଗିକ କରିବାର ଏକ କେନ୍ଦ୍ରସ୍ଥଳୀ । କାରଣ ଏଠାରୁ ହିଁ ମଣିଷ ଜୀବନରେ ଆଧ୍ୟାତ୍ମିକ ସାଧନାର ମୂଳଦୁଆ ପଡିଥାଏ । ତେଣୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ମନ୍ଦିରର ଆବଶ୍ୟକତା ଓ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ମନ୍ଦିର ଗୁଡ଼ିକରେ ଦିନକୁ ଦିନ ଯେଭଳି ଚୋରି ଘଟଣା ବୃଦ୍ଧି ପାଉଛି, ତାହା ମନ୍ଦିର ପରିବେଶ ଓ ଶ୍ରଦ୍ଧାଳୁମାନଙ୍କ ଭିତରେ ଭୟ ତଥା ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ରାଉରକେଲାର ପ୍ରମୁଖ ମନ୍ଦିର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ଧର୍ମାନୁଷ୍ଠାନର ସୁରକ୍ଷା ନିମିତ୍ତ ସମ୍ବେଦନଶୀଳ ହେବାକୁ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏସପିଙ୍କ ପାଖରେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.