ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଏହାକୁ ତୁରନ୍ତ ପୁରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚିଠି ଲେଖିଥିବା ଜଣାଯାଇଛି । କିଛିଦିନ ତଳେ ସାଂସଦ ବିଶି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିଥିବା ସ୍ଥାନୀୟ ଜନସାଧାରଣ, ପ୍ରେସ କ୍ଲବ ସଦସ୍ୟ ଜଣାଇଥିଲେ । ସରକାରୀ ନିୟମ ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେଷଜ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ପ୍ରମୁଖ ନିଯୁକ୍ତ ହେବାକଥା ହେଲେ ବିନା ବିଶେଷଜ୍ଞ ପଦବୀରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ଯାହା ଫଳରେ ଖପ୍ରାଖୋଲ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ବାଧ୍ୟ ହୋଇ ପାଟଣାଗଡ, ବଲାଙ୍ଗିର, ନୂଆପଡ଼ା, ପଦ୍ମପୁର, ବରଗଡ଼ ପ୍ରମୁଖ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୂର୍ବରୁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନି । ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଭେଷଜ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ ବି ତାକୁ ଚାରିମାସ ହେଲା ଡେପୁଟେସନରେ ଟିଟିଲାଗଡ ପଠାଯାଇଥିବା ଜଣାଯାଇଛି । ଏବେ ଦେଖିବାକୁ ବାକି ରହିଲା ସାଂସଦଙ୍କ ଚିଠି ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି ।

Leave A Reply

Your email address will not be published.

error: Content is protected !!