ପରୀ ମୃତ୍ୟୁ ମାମଲାରେ ତଦନ୍ତ ନେଇ ଅସନ୍ତୋଷ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିିଠି

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କରିଛ‌ନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ । ପରୀ ମୃତ୍ୟୁ ପରେ ହୋଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଛି ଆୟୋଗ ପକ୍ଷରୁ । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ବେଳେ ଏସ୍‌ଆଇଟି ତଦନ୍ତକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାମଲାର ଗୁରୁତ୍ୱକୁ ଦେଇ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ମାମଲାର ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ତେବେ ଏନସିପିଆର କରିଥିବା ଚିଠିର ଏକ କପିକୁ ଟୁଇଟରେ ପୋଷ୍ଟ କରିଛନ୍ତି ସମ୍ବିତ । ସୂଚନାଯୋଗ୍ୟ ଯେ, ପରୀ ମାମଲାରେ ହସ୍ତକ୍ଷେପ ପାଇଁ ନଭେମ୍ବର ୩୦ ତାରିଖରେ ଏନସିପିଆରରେ ଅଭିଯୋଗ କରିଥିଲେ ସମ୍ବିତ ପାତ୍ର ।

Leave A Reply

Your email address will not be published.