
ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଜଙ୍ଗଲ ଗୁଦୁରାମୁଣ୍ଡା ଗାଁ ମହଖଣ୍ଡ ଯିବା ରାସ୍ତା ପାଖରେ ଆଜି ଦିନ ୧ଟା ସମୟରେ ଗାଈ ଚରାଉଥିବା ବେଳେ ଏକ ଚିତା ବାଘକୁ ଦେଖିଥିବା ଦାବୀ କରିଛନ୍ତି ଖଗେଶ୍ୱର । ସେ କହିଛନ୍ତି ଯେ, ଗାଈଗୋରୁ ଚିତା ବାଘକୁ ଦେଖି ହଠାତ୍ ଭୟଭୀତ ହୋଇ ରାସ୍ତା ମଝିରେ ଏକ ପାଖରେ ରୁଣ୍ଡ ହୋଇ ଯାଇଥିଲେ । ଜାମକି ନିବାସୀ ଖଗେଶ୍ୱର ଧରୁଆ ସେହି ସମୟରେ ଛୋଟ ଚିତା ବାଘଟିଏ ଦେଖିଥିବା କହିଥିଲେ । ତେବେ ସେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଜନସାଧାରଣଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି ।