oom

ଭୁଷଲାଡ ଗାଁରେ ବାଲ୍ୟ ବିବାହ ବନ୍ଦ କଲେ ପ୍ରଶାସନ ଓ ବଲାଙ୍ଗିର ଚାଇଲ୍ଡ ଲାଇନ

jsmm

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁଷଲାଡ ଗାଁର ଜଣେ ନାବାଳିକା ଝିଅକୁ ତା’ର ପିତାମାତା କଲାହାଣ୍ଡି ଜିଲ୍ଲା ଗୁରୁଜୁଙ୍ଗ ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଗ୍ରାମର କେହି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ ହେଲ୍ପ ନଂ. ୧୦୯୮କୁ ଖବର ଦେଇଥିଲେ । ଏହା ପରେ ତତ୍‌କ୍ଷଣାତ ବଙ୍ଗୋମୁଣ୍ଡା ସି.ଡି.ପି.ଓ. ପ୍ରମିଲା ମହାନ୍ତି, ଯୁବ ଆଇନଜୀବୀ ତଥା ସମାଜସେବୀ ଉଦ୍ଧବ ବେହେରା, ସରପଂଚ ସ୍ୱର୍ଣଲତା ବେହେରା, ବୈଦେହୀ ମାଝି ସହ ବଲାଙ୍ଗିର ୟୁଥ ସର୍ଭିସ ସେଂଟର ଚାଇଲ୍ଡ ଲାଇନର କର୍ମୀ ତ୍ରିଲୋଚନ ନାଗ, ସିମନ୍ତ ଥାନାପତି, ନିଲାମ୍ବର ମହାନ୍ତି ଭୁଷଲାଡ ପହଂଚି ଝିଅର ପିତାମାତାଙ୍କ ସହ ଆଲୋଚନା ପରେ ପିତାମାତା ଝିଅକୁ ୧୮ ବର୍ଷ ନ ହେବା ଯାଏ ବିବାହ କରିବେ ନାହି ବୋଲି ଉପସ୍ଥିତ ଗ୍ରାମବାସୀ ଏବଂ ଚାଇଲଡ୍‌ ଲାଇନ କର୍ମୀଙ୍କ ଉପସ୍ଥିତିରେ ଲେଖି ଦେଇଥିଲେ ।

jittmm
Leave A Reply

Your email address will not be published.