ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରତ୍ନମଣି ବାରାଲ, ସି.ଡି.ପି ଓ କହିଲେ ମା’ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ତରଫରୁ ଶିଶୁର ବିକାଶ, ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ବ୍ଲକ୍ର ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଗଜାନନ ନାୟକ ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ତା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଯୋଗଦାନ କରି ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା, ମବକ୍ସସଦ୍ଭଶଗ୍ଦ ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଅଗହି ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଲନ ଯତ୍ନ ବ୍ୟବସ୍ଥା ଓ ପ୍ରତିପାଲନ ଯତ୍ନ ବ୍ୟବସ୍ତାରୁ ଶିଶୁକୁ ପୋସ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ବିଶଦ ଉପରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ଫୋଷ୍ଟର କେଆର, ଯଶୋଦା, ପନସର୍ସିପ୍ , ଗ୍ରିନ ପେସେଜ୍ ଯୋଜନା ଉପରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକରୁ ଆଶା, ଅଙ୍ଗନୱାଡ଼ି, ଏ.ଏନ.ଏମ, ସୁପରଭାଇଜର ୨୦୦ରୁ ଅଧିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.