ଚୌମୁଖ ସମୁଦ୍ରରେ ଛଡାଗଲା ୧୨୮ଟି ଅଲିଭ୍ ରିଡ୍‌ଲେ କଇଁଛ ଛୁଆ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ସମୁଦ୍ର ବେଳାଭୂମି ଅଲିଭ୍ ରିଡଲେ କଇଁଛର ଅଣ୍ଡା ଦେବାପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଏବର୍ଷ ୧୨୮ଟି ଅଣ୍ଡା ଦେଇଥିଲେ । ତେବେ ସେଗୁଡିକୁ ଲଙ୍ଗଳେଶ୍ୱର ବନବିଭାଗ ଚୌମୁଖ ଠାରେ ଥିବା ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯାଇଥିଲା । ସେଥିରୁ ୧୨୮ଟି ଛୁଆ ସୃଷ୍ଟି ହୋଇଥିଲା । ସେହି ଛୁଆଗୁଡିକୁ ଗତକାଲି ସକାଳ ସମୟରେ ଚାନ୍ଦିପୁର ରେଞ୍ଜର ଘନ ପ୍ରସାଦ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଲଙ୍ଗଳେଶ୍ୱର ବନବିଭାଗ ହୃଷିକେଶ ପ୍ରଧାନଙ୍କ ଉପସ୍ଥିତିରେ ଚୌମୁଖ ସମୁଦ୍ରରେ ଛଡା ଯାଇଥିଲା ।

Leave A Reply

Your email address will not be published.